ଭୁବନେଶ୍ୱର: ବ୍ୟବସାୟ କରିବା ନାଁରେ ୧୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଭିଏସ୍ଏସ୍ନଗର ଅଞ୍ଚଳର ସରୋଜ ନାୟକ। ଗତ ୨୦୦୪ ମସିହାରେ ସରୋଜ ଓ ରସୁଲଗଡ଼ ଅଞ୍ଚଳର କଳ୍ପନା ସାମନ୍ତରାୟ ନାମକ ଜଣେ ମହିଳା ମିଶି ‘ବେଷ୍ଟ ଡିଲ୍’ ନାମକ ଏକ ସଂସ୍ଥା ଖୋଲିଥିଲେ। ତେବେ ସରୋଜ କଳ୍ପନାଙ୍କୁ ଲୋଭ ଦେଖାଇ ରୟାଲ୍ଟି ବାବଦକୁ ମାସକୁ ଏକ ଲକ୍ଷ ୧୪ ହଜାର ଟଙ୍କା ଦେବ କହିଥିଲା। ସେହିପରି ସୁଧ ମଧ୍ୟ ଦେବାକୁ କହିଥିଲା। ଏଥିପାଇଁ ସେ କଳ୍ପନାଙ୍କଠାରୁ ୧୮ଲକ୍ଷ ଟଙ୍କା ନେଇଥିଲା। ତେବେ ଟଙ୍କା ନେବା ପରେ କୌଣସି ରୟାଲଟି କିମ୍ବା ସୁଧ ଦେଇନଥିଲା। ଏନେଇ କଳ୍ପନା ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ସରୋଜକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବ୍ୟବସାୟ ନାଁରେ ୧୮ ଲକ୍ଷ ଟଙ୍କା ଠକେଇ, ଯୁବକ ଗିରଫ
Advertisment
Follow Us