ଅଲଓ୍ଵାର: ସାତ ମାସର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୧୯ ବର୍ଷିଅ ଯୁବକଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏହି ଘଟଣା ଘଟିବାର ମାତ୍ର ୭୦ ଦିନ ମଧ୍ୟରେ ଏପରି ନିଷ୍ପତ୍ତି ହୋଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ୧୨ ବର୍ଷ ମଧ୍ୟରେ ଶିଶୁଙ୍କୁ ଦୁଷ୍କର୍ମ କଲେ ମୃତ୍ୟୁ ଦଣ୍ଡ ମିଳିବ ବୋଲି ନିକଟରେ ରାଜସ୍ଥାନ ଏକ ଆଇନ୍ ପ୍ରଣୟନ କରିଥିଲା। ସେହି ଆଇନ୍ ଅନୁଯାୟୀ ଏହା ହେଉଛି ରାଜସ୍ଥାନର ପ୍ରଥମ ମୃତ୍ୟୁ ଦଣ୍ଡ। ପୂର୍ବରୁ ୨୦୧୭ ମସିହା ଡିସେମ୍ବରରେ ଏହି ଆଇନ୍ ମଧ୍ୟପ୍ରଦେଶ ବାହାର କରିଥିଲା। ଏ କ୍ଷେତ୍ରରେ ରାଜସ୍ଥାନ ଦ୍ୱିତୀୟ।
ଏହି ବିଚାର ଏଥିପାଇଁ ଚର୍ଚ୍ଚିତ ଯେ ଏହା ଖୁବ୍ କମ୍ ଦିନ ମଧ୍ୟରେ କରାଯାଇଛି। ରାଜସ୍ଥାନର ଅଲଓ୍ଵାରରେ ଥିବା ଏସ୍ସି/ଏସ୍ଟିର ସ୍ୱତନ୍ତ୍ର ବିଚାରପତି ଯୋଗେନ୍ଦ୍ର କୁମାର ଅଗ୍ରଓ୍ଵାଲ୍ ଏହି ବିଚାର ଶୁଣାଣି କରିଛନ୍ତି।
ଘଟଣାଟି ମେ ୯ ତାରିଖରେ ଘଟିଥିଲା। ସାତ ମାସର ଶିଶୁଟି ଘରେ ଏକା ଶୋଇଥାଏ। ଶିଶୁଟିର ବାପାମାଆ ଘରେ ନଥିବା ଅବସ୍ଥାରେ ପଡ଼ୋଶୀ ଘର ପିଣ୍ଟି ତାକୁ ଆସି ସାଥିରେ ନେଇ ଯାଇଥିଲା। ଅନେକ ସମୟ ପର୍ଯ୍ୟନ୍ତ ସେ ଶିଶୁଟିକୁ ଡ଼େଇ ଘରକୁ ଫେରି ନଥିଲେ। ଦୀର୍ଘ ସମୟ ପରେ ଶଶୁଟି ଏକ ପଡ଼ିଆ ମଧ୍ୟରେ ରକ୍ତ ଜର୍ଜରିତ ଅବସ୍ଥାରେ ମିଳିଥିଲା।
ଶିଶୁଟି ଅଲଓ୍ଵାରରେ ଥିବା ହସ୍ପିଟାଲ୍ରେ ୨୦ ଦିନ ଧରି ଚିକିତ୍ସିତ ହୋଇଥିଲା। ମେଡିକାଲ୍ ରିପୋର୍ଟରୁ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା। ପରେ ପିଣ୍ଟୁକୁ ପୁଲିସ୍ ଗିରଫ କରିଥିଲା।
Follow Us