Image Courtesy of TOI
ଚଣ୍ଡିଗଡ଼: ରୋହତକ ଜିଲ୍ଲା ଅନ୍ତର୍ଗତ ସମରଗୋପାଳପୁର ଗ୍ରାମର ଜଣେ ୧୯ ବର୍ଷୀୟ ଯୁବତୀ ଘରେ ନିଜ ସାନଭାଇକୁ ହତ୍ୟା କରିଛନ୍ତି। ଜଣେ ଯୁବକ ସହ ତାଙ୍କର ସମ୍ପର୍କ କଥାରେ ସାନଭାଇ ସବୁବେଳେ ଚିଡ଼ାଉ ଥିବାରୁ ସେ ତାହା ବରଦାସ୍ତ କରି ପାରି ନ ଥିଲେ।
ଯୁବତୀଙ୍କୁ ଗିରଫ କରାଯିବା ସହ ରୋହତକ ସଦର ଥାନାରେ ତାଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତାଙ୍କ ନାମ ଚଞ୍ଚଳ ରାଣୀ। ସଦର ଥାନାର ଏସ୍ଏଚ୍ଓ କହନ୍ତି, ଯୁବତୀଙ୍କ ମନରେ ଅନୁଶୋଚନା ନାହିଁ। ସେ ନିଜର ଅପରାଧ ସ୍ୱୀକାର କରିଛନ୍ତି।
ମୁକ୍ତ ବିଦ୍ୟାଳୟରେ ଚଞ୍ଚଳ ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କର ସାନଭାଇ ଧ୍ରୁବ ଓରଫ୍ ଧରମ ନବମ ଶ୍ରେଣୀରେ ପଢୁଥିଲେ।
ଶନିବାର ଅପରାହ୍ଣରେ ଚଞ୍ଚଳ ଧ୍ରୁବକୁ ଗୋଟାଏ ହାତୁଡ଼ିରେ ପିଟିଲେ। ସେ ଚେତା ହରାଇ ପଡ଼ିବାରୁ ପୁଲିସକୁ ଭୁଅାଁ ବୁଲାଇବାକୁ ଏକ ଛୁରିରେ ତା’ର ଗଳା କାଟି ପକାଇଥିଲେ।
ପରିବାରର ଅନ୍ୟ ସଦସ୍ୟମାନେ ଘରେ ନ ଥିବାବେଳେ ଏସବୁ ଘଟିଥିଲା। ସେ ଘର ପରିଷ୍କାର କରି ଶବକୁ ବେଡ୍ବକ୍ସ୍ରେ ପୂରାଇ ଦେଇଥିଲେ। ପରେ ସେ ମାଆଙ୍କୁ ଫୋନ୍ରେ କହିଥିଲେ କି, ବାପା ଏ କାମ କରିଛନ୍ତି।
ପ୍ରଥମେ ସେ କହିଥିଲେ କି, ବାପା ତେଜ୍ପାଲ୍ ଉଭୟଙ୍କୁ ଆକ୍ରମଣ କରିଥିଲେ। କୌଣସିମତେ ସେ ଖସି ଯାଇଥିଲେ।
ମାଆଙ୍କ ଅଭିଯୋଗ ଆଧାରରେ, ତେଜପାଲଙ୍କ ଗିରଫ କରାଯାଇଥିଲା। କିନ୍ତୁ ତଦନ୍ତବେଳେ ଚଞ୍ଚଳଙ୍କୁ ଧରି ନେଇ ପଚରା ଉଚୁରା କରିବାରୁ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା।
ସୋମବାର ଦିନ ଚଞ୍ଚଳଙ୍କୁ ଗିରଫ କରାଯାଇ ମଙ୍ଗଳବାର ଦିନ ଅଦାଲତରେ ହାଜର କରାଯାଇଥିଲା।
Follow Us