ଝଗଡ଼ା ହେବାରୁ ବିଚ୍ ରାସ୍ତାରେ ଯୁବତୀଙ୍କୁ ଛୁରୀ ଭୁଶିଲେ ଯୁବକ

ଛୋଟ ଝଗଡ଼ାକୁ ନେଇ ହେଲା ମହାଭାରତ। ବିଚ୍ ରାସ୍ତାରେ ଯୁବତୀଙ୍କୁ ଛୁରୀ ଭୁଶିଲେ ଯୁବକ। କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହେବାରୁ ଯୁବକଜଣକ ଯୁବତୀଙ୍କୁ ଛୁରୀ ଭୁଶିଥିବା ଜଣାଯାଇଛି।

delhi-cantt

ନୂଆଦିଲ୍ଲୀ: ଛୋଟ ଝଗଡ଼ାକୁ ନେଇ ହେଲା ମହାଭାରତ। ବିଚ୍ ରାସ୍ତାରେ ଯୁବତୀଙ୍କୁ ଛୁରୀ ଭୁଶିଲେ ଯୁବକ। କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହେବାରୁ ଯୁବକଜଣକ ଯୁବତୀଙ୍କୁ ଛୁରୀ ଭୁଶିଥିବା ଜଣାଯାଇଛି। ରବିବାର ଦିନ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କିରବି ପ୍ଲେସ୍ ବସ୍ ଷ୍ଟପ୍ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଏବେ ଦୁହିଁଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି। ଅଭିଯୁକ୍ତର ନାମ ଅମିତ୍(୨୦) ବୋଲି ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, ଅମିତ୍ ଏବଂ ପୀଡ଼ିତା ବର୍ଷେ ହେବ ପରସ୍ପରକୁ ଜାଣିଥିଲେ। ଦୁହିଁଙ୍କ ମଧ୍ୟରେ କେବଳ ବନ୍ଧୁତା ଥିଲା ନା ପ୍ରେମ ସମ୍ପର୍କ ଥିଲା, ତାହା ସାମ୍ନାକୁ ଆସିପାରିନାହିଁ। ରବିବାର ଦୁହେଁ କିରବି ପ୍ଲେସ୍ ବସ୍ ଷ୍ଟପ୍ ଅଞ୍ଚଳରେ ଦେଖା ହେବା ପରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏଥିରେ ରାଗିଯାଇ ଅମିତ୍ ଯୁବତୀଙ୍କ ବେକ ଓ ପେଟକୁ ଛୁରୀରେ ଆକ୍ରମଣ କରିଥିଲା। ଏହା ପରେ ନିଜକୁ ମଧ୍ୟ ଆଘାତ ଦେଇଥିଲା ଅମିତ୍। ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ତାଙ୍କୁ ଅଟକାଇବା ସହ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତା ଓ ଅଭିଯୁକ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

"ଉଭୟଙ୍କୁ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନରେ ଅଭିଯୁକ୍ତ ଅମିତ ବିରୋଧରେ ବିଏନଏସର ଧାରା ୧୦୯(୧) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି" ବୋଲି ପୁଲିସ ସୂଚନା ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe