ବିବାହକୁ ନା କରିବା ମହଙ୍ଗା ପଡ଼ିଲା: ପ୍ରେମିକାଙ୍କୁ ୨ ମହଲାରୁ ତଳକୁ ଫିଙ୍ଗି ଦେଲେ ଯୁବକ

Advertisment
ବନ୍ଧା ହେଲେ ୨ ଗୁଣିଆ

The Indian Express

ନୂଆଦିଲ୍ଲୀ : ବିବାହ ପ୍ରସ୍ତାବକୁ ମନା କରିଦେବାରୁ ରାଗରେ ଯୁବତୀଙ୍କୁ ଟେକି ଦୁଇ ମହଲା ତଳକୁ ଫିଙ୍ଗି ଦେଲା ଯୁବକ । ଏହି ଘଟଣାଟି ଦିଲ୍ଲୀର କରୋଲ ବାଗ୍‌ରେ ଘଟିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିବା ସହ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ପଠାଇଛି ପୁଲିସ ।

ସୂଚନା ଅନୁଯାୟୀ, ଦୁଇ ବର୍ଷ ପୂର୍ବରୁ ଯୁବତୀ ଜଣଙ୍କ ସୋସିଆଲ ନେଟ୍‌ଓ୍ଵାର୍କିଙ୍ଗ୍‌ ସାଇଟ୍‌ରେ ଅଭିଯୁକ୍ତ ସାହିଲ ଖାନ୍‌ଙ୍କୁ ଭେଟିବା ସହ ତାଙ୍କ ମଧ୍ୟରେ ଧୀରେ ଧୀରେ ନିବିଡ଼ତା ବଢ଼ିଥିଲା। ସବୁବେଳେ କଥା ହେବା ପାଇଁ ଯୁବକ ଜଣଙ୍କ ଯୁବତୀଙ୍କୁ ଏକ ଫୋନ ମଧ୍ୟ ଉପହାରେ ଦେଇଥିଲେ । କିଛି ଦିନ କଥା ହେବା ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । କିଛି ଦିନ ତଳେ ସାହିଲ୍‌ ଛୁଟିରେ ଦୁବାଇରୁ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ତାଙ୍କର ମାତା-ପିତା ଅନ୍ୟ ଏକ ସ୍ଥାନରେ ବିବାହ ଠିକ୍‌ କରିଥିବା ଜାଣି ଯୁବତୀଙ୍କୁ ଡ଼ିସେମ୍ବର ୩୦ରେଏ ବିଷୟରେ ଜଣାଇଥିଲେ ।

ମୁଁ ତୁମକୁ ବିବାହ କରିବାକୁ ଚାହେଁ ବୋଲି କହିବାରୁ ଯୁବତୀ ଜଣଙ୍କ ବିବାହ କରିବାକୁ ମନା କରି ଦେଇଥିଲେ । ଏଥିରେ ରାଗି ଯାଇ ସାହିଲ୍‌ ଯୁବତୀଙ୍କୁ ଦେଇଥିବା ଫୋନ ଫେରାଇଦେବାକୁ କହିଥିଲେ । ଡ଼ିସେମ୍ବର ୩୧ରେ ଯୁବତୀ ଜଣଙ୍କ ଫୋନ ଦେବା ପାଇଁ ସାହିଲଙ୍କ ଘରକୁ ଯାଇଥିବା ବେଳେ ସାହିଲ ପୁଣି ତାଙ୍କୁ ୭୦,୦୦୦ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଏହି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାରୁ ସାହିଲ ରାଗି ଯାଇ ଯୁବତୀଙ୍କୁ ଟେକି ତଳକୁ ଫିଙ୍ଗି ଦେଇଥିଲେ ।

ସାହିଲ ଖାନ୍‌ ଦୁବାଇରେ ମ୍ୟାନେଜମେଣ୍ଟ ପାଠ ପଡ଼ୁଥିବା ବେଳେ ତାଙ୍କ ବାପାଙ୍କର ଆମଦାନୀ-ରପ୍ତାନିର ବ୍ୟବସାୟ ଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡ଼ାକ୍ତର ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe