ଲୁହା ଖୁଣ୍ଟ ଚୋରି କରି ୨ ଗିରଫ

Advertisment
ମହିଳା ପୁଲିସ୍‌କୁ ଅଶ୍ଳୀଳ ଇଙ୍ଗିତ, ବନ୍ଧା ହେଲେ ଦୁଇ ବନ୍ଧୁ

ଭୁବନେଶ୍ବର: ଲୁହା ଖୁଣ୍ଟ ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ପାଖାପାଖି ୫କୁଇଣ୍ଟାଲ ଓଜନର ଲୁହା ଖୁଣ୍ଟ ଓ ଗୋଟିଏ ଅଟୋ ଜବତ କରିଛି। ସେମାନେ ହେଲେ ବୌଦ୍ଧ ଜିଲ୍ଲା ଚର୍ଚ୍ଚିକା ଅଞ୍ଚଳର ଆଶିଷ କଅଁର(୨୦) ଓ ନୟାଗଡ଼ ଜିଲ୍ଲା ବୋଲଗଡ଼ ଅଞ୍ଚଳର ପ୍ରଦୀପ୍ତ ସାହୁ(୩୬)। ତେବେ ଆଶିଷ ଏଠାରେ ସାଲିଆସାହି ବାଜପେୟୀନଗରରେ ରହୁଥିବା ବେଳେ ପ୍ରଦୀପ୍ତ ମଇଳାଟାଙ୍କି ଅଞ୍ଚଳରେ ରହି ସ୍କ୍ରାପ ବ୍ୟବସାୟ କରୁଥିଲା‌।

ପୁଲିସ ସୂଚନା ମୁତାବକ, କଳିଙ୍ଗ ଷ୍ଟାଡିୟମ ଗେଟ୍‌ ନମ୍ବର-୯ରେ କାମ ପାଇଁ କଣ୍ଟ୍ରାକ୍ଟର୍‌ ମନୋଜ ନାୟକ ଲୁହା ଖୁଣ୍ଟ ପକାଇଥିଲେ। ତେବେ ରବିବାର ବିଳମ୍ବିତ ରାତିରେ ଆଶିଷ ସେଠାରୁ ଅଟୋରେ ୫କୁ୍ଇଣ୍ଟାଲ୍‌ରୁ ଅଧିକ ଓଜନର ଲୁହା ଖୁଣ୍ଟ ଚୋରି କରି ନେଇଯାଇଥିଲା। ପରଦିନ ସକାଳୁ ଶ୍ରମିକମାନେ କାମ ପାଇଁ ଆସିବା ବେଳକୁ ସେଠାରେ ଖୁଣ୍ଟ ନଥିବା ଦେଖି ମନୋଜଙ୍କୁ କହିଥିଲେ। ଏନେଇ‌ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଥିଲା। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ପୁଲିସ ଆଶିଷକୁ ଚିହ୍ନଟ କରିଥିଲା। ଏହାପରେ ପୁଲିସର ଏକ ଟିମ୍‌ ଆଶିଷ ଘରେ ଚଢ଼ଉ କରି ତାକୁ ଗିରଫ କରି ଥାନାକୁ ଆଣିଥିଲା। ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଖୁଣ୍ଟଗୁଡ଼ିକୁ ପ୍ରଦୀପ୍ତକୁ ବିକ୍ରି କରିଥିବା କହିଥିଲା। ପୁଲିସ ସେଠାରେ ଚଢ଼ଉ କରି ପ୍ରଦୀପ୍ତଠାରୁ ଲୁହା ଖୁଣ୍ଟ ଜବତ କରିବା ସହ ତାକୁ ଗିରଫ କରିଥିଲା। ଆଜି ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe