ରାସ୍ତାରୁ ବାଇକ୍‌ ଛଡ଼ାଇନେବା ମାମଲା: ୬ ମାସ ପରେ ବାଇକ୍‌ ଉଦ୍ଧାର, ୨ ଗିରଫ

Advertisment
୪୦୦ ଲିଟର ଦେଶୀ ମଦ ଜବତ ୨ ଗିରଫ

nayalook.com

ଭୁବନେଶ୍ୱର: ଭୋଟପଡ଼ା ନିକଟରୁ ଜଣେ ଯୁବକଙ୍କଠାରୁ ବାଇକ୍‌ ଓ ମୋବାଇଲ ଛଡ଼ାଇ ନେବା ମାମଲାରେ ମଞ୍ଚେଶ୍ବର ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଖୋର୍ଦ୍ଧା ନିରାକାରପୁର ଥାନା ଖଜୁରିପଡ଼ାର ଆଝାରୁଦ୍ଦିନ ସାହା ଓ ରା‌ମେଶ୍ବରର ଗୋପାଳ ବିଶ୍ବାଳ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଭୟଙ୍କଠାରୁ ବାଇକ୍‌ ଓ ମୋବାଇଲ ଜବତ ହୋଇଛି। ପୁଲିସ ସୂଚନା ମୁତାବକ, ଅଗଷ୍ଟ ୧୨ତାରିଖ ରାତିରେ କଟକ ବାଦ‌ାମବାଡ଼ି ନ୍ୟୁ କଲୋନିର ସୌରଭ ଶତପଥୀ ପଟିଆ ଯାଉଥିବା ବେଳେ କେନାଲବନ୍ଧ ରାସ୍ତାରେ ଅଭିଯୁକ୍ତଦ୍ବୟ ତାଙ୍କୁ ଅଟକାଇ ବାଇକ୍‌(ଓଡି-୦୫ଭି ୦୫୪୩), ମୋବାଇଲ ଓ ୩ଶହ ଟଙ୍କା ଛଡ଼ାଇ ନେଇଥିଲେ। ସେବେଠାରୁ ଚୋରି ମୋବାଇଲ ସୁଇଚ୍‌ ବନ୍ଦ ରହିଥିଲା। ଦୁଇଦିନ ତଳେ ମୋବାଇଲ ଅନ୍‌ ହେବା ପରେ ପୁଲିସ ଉଭୟଙ୍କର ସ୍ଥିତି ସମ୍ବନ୍ଧରେ ଜାଣି ପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe