୧୦ ବର୍ଷର ଦୁଇ ନାବାଳକ ସ୍କୁଲ୍‌ ଗାଧୁଆଘର ଭିତରେ ପ୍ରଥମ ଶ୍ରେଣୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

୧୦ ବର୍ଷର ଦୁଇ ନାବାଳକ ସ୍କୁଲ୍‌ ଗାଧୁଆଘର ଭିତରେ ପ୍ରଥମ ଶ୍ରେଣୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

Gestrs News

ରାୟପୁର: ଛତିଶଗଡ଼ର ରାୟପୁରଠାରେ ଥିବା ଏକ ସ୍କୁଲ୍‌ ଭିତରେ ଜଣେ ପ୍ରଥମ ଶ୍ରେଣୀ ଝିଅକୁ ସେହି ସ୍କୁଲ୍‌ର ୩ ଜଣ ୧୦ ବର୍ଷ ବୟସ୍କ ବାଳକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖମତାରାଇ ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳରେ ଥିବା ସ୍କୁଲ୍‌ ଭିତରେ ଅଗଷ୍ଟ ୨୦ ତାରିଖରେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ଗୁରୁବାର ରାତିରେ ପୀଡ଼ିତା ନାବାଳିକାଙ୍କ ବାପାମାଆ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ।

ନାବାଳିକାଟି କହିବା ମୁତାବକ, ୧୦ ବର୍ଷ ବୟସ୍କ ଉକ୍ତ ୩ ନାବାଳକ ମିଶି ପୀଡ଼ିତା ନାବାଳିକାକୁ ଗାଧୁଆଘର ଭିତରକୁ ଡାକି ନେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଝିଅଟି ସହ ଦୁଷ୍କର୍ମ କରିଥିବା ବେଳେ ଆଉ ଜଣେ ବାହାରେ ଜଗି କରି ଠିଆ ହୋଇଥିଲା।

ସ୍କୁଲ୍‌ର ଜଣେ ମହିଳା ଶିକ୍ଷୟିତ୍ରୀ ଉକ୍ତ ନାବାଳକମାନଙ୍କୁ ଦେଖିବା ପରେ ସେମାନଙ୍କୁ ଧରିବା ସହ ନାବାଳିକାକୁ ପ୍ରିନ୍ସିପାଲ୍‌ ଅଫିସ୍‌କୁ ନେଇକି ଯାଇଥିଲେ। ପରେ ପୀଡ଼ିତା ନାବାଳିକାକୁ ଘରକୁ ପଠାଇ ଦେଇଥିଲେ।

ପୀଡ଼ିତା ନାବାଳିକାର ଅଭିଭାବକ ପ୍ରଥମେ ସ୍କୁଲ୍‌ରେ ଉକ୍ତ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ। ମାତ୍ର କୌଣସି ଫଳ ନମିଳିବାରୁ ସେ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe