ନାବାଳିକା ଭଉଣୀକୁ ୪ ବର୍ଷଧରି ଗଣଦୁଷ୍କର୍ମ କରୁଥିଲେ ଦୁଇଭାଇ , ଜାଣନ୍ତୁ ତାପରେ କ’ଣ ଘଟିଛି ?

Advertisment
 ଭାଉଜ ଓ ଦୁଇ ସହପାଠି ମିଶି ୧୦ମ ଶ୍ରେଣୀ ଛାତ୍ରୀଙ୍କୁ କଲେ ଗଣଦୁଷ୍କର୍ମ, ଜାଣନ୍ତୁ ପୁରା ଘଟଣା...

ମିରଟ: ଉତ୍ତର ପ୍ରଦେଶର ମିରଟ ସହରରେ ଏକ ଅଘଟଣ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଜ ମାଆ ପେଟର ଜଣେ ନାବାଳିକା ଭଉଣୀକୁ ଦୁଇ ଭାଇ ଗତ ୪ ବର୍ଷଧରି ଗଣଦୁଷ୍କର୍ମ କରୁଥିଲେ । ସେମାନେ ଧମକ ବାରମ୍ବାର ଧମକ ଦେଇ ଅସୁଥିଲେ ଯେ ଯଦି ଭଉଣୀ କାହାରି ଆଗରେ ଏକଥା କହିବ ବା ପୁଲିସକୁ ଜଣାଇବ ତେବେ ସେ ଦୁହେଁ ମାଆଙ୍କୁ ମାରି ଦେବେ। ଉକ୍ତ ନାବାଳିକାର ବୟସ ମାତ୍ର ୧୫ ବର୍ଷ। ତେବେ ଗତକାଲି ପୀଡ଼ିତା ନିଜ ଉପରେ ହେଉଥିବା ଯୌନ ଶୋଷଣର ଅଭିଯୋଗ ନିକଟସ୍ଥ ସିଭିଲ ଲାଇନ୍‌ ଥାନାରେ କରିଥିଲେ। ଏହାପରେ ପୁଲିସ୍‌ ଦୁଇଭାଇଙ୍କୁ ଗିରଫ କରି ପଚରାଉଚୁରା କରିଥିଲା।

publive-image

ପୀଡ଼ିତା ନିଜ ଉପରେ ହେଉଥିବା ଯୌନ ଶୋଷଣର ପ୍ରମାଣ ବି ପୁଲିସକୁ ଦେଇଥିଲା। ଜେରା ସମୟରେ ଦୁଇ ଭାଇ ନାବାଳିକା ଭଉଣୀକୁ ଦୁଇ ଭାଇ ଗତ ୪ ବର୍ଷଧରି ଗଣଦୁଷ୍କର୍ମ କରୁଥବା କଥାକୁ ସ୍ୱୀକାର ମଧ୍ୟ କରିଥିଲେ। ଏବେ ଦୁଇ ଅଭିଯୁକ୍ତ ଭାଇ ପୋଲିସ ହାଜତରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe