ଖଣ୍ଡଗିରି: କମିସନରେଟ୍ ପୁଲିସ ପକ୍ଷରୁ ଚାଲିଥିବା ନିଶା ବେପାରୀ ଧରପଗଡ଼ ଅଭିଯାନରେ ଜଟଣୀ ଥାନା ପୁଲିସ ଧରିଥିବା ୨ ଅଭିଯୁକ୍ତ ପୁଲିସ ହାତରୁ ଖସି ପଳାଇଛନ୍ତି। ମଙ୍ଗଳବାର କୋର୍ଟ ଚାଲାଣ ପୂର୍ବରୁ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେଉଥିବାବେଳେ ସେମାନେ ମଉକା ଦେଖି ଚମ୍ପଟ ପାରିଛନ୍ତି। ଦିନ ଦି’ ପହରଟାରେ ସେମାନେ ରାଜରାସ୍ତାରେ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ ବି ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇପାରିନଥିଲା। ପୁଲିସ କର୍ମଚାରୀଙ୍କ ଏଭଳି ବେପରୁଆ କର୍ତ୍ତବ୍ୟ ପରାୟଣତାକୁ ନେଇ ଜଟଣୀ ପୁଲିସ ଲୋକଲୋଚନରେ ବେଶ୍ ନିନ୍ଦିତ ହୋଇଥିବା ବେଳେ ମାମଲାଟି ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁସାରେ, ଗତକାଲି ରାତିରେ ଜଟଣୀ ଥାନା ପୁଲିସ ସ୍ଥାନୀୟ ଏକ ବସ୍ତିରୁ ୨ ଜଣ କୁଖ୍ୟାତ୍ ନିଶା ବେପାରୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ କିଛି ବ୍ରାଉନ୍ ସୁଗାର ଜବତ ହୋଇଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସମସ୍ତ ପ୍ରସ୍ତୁତି ସରିଥିଲା। ତେଣୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ଓ ଡାକ୍ତର ଆସିବା ପର୍ଯ୍ୟନ୍ତ ଗୋଟିଏ ରୁମ୍ରେ ସେମାନଙ୍କୁ ବସା ଯାଇଥିଲା। ମାତ୍ର ଚମ୍ପଟ ମାରିବା ପାଇଁ ମଉକା ଉଣ୍ଡି ରହିଥିବା ଦୁର୍ବୃତ୍ତଦ୍ବୟ ହଠାତ୍ ଚପଲ ଓ ପ୍ୟାଣ୍ଟ ସାର୍ଟ ଛାଡ଼ି ଆଖିବୁଜା ଦୌଡ଼ିଥିଲେ। ପୁଲିସ କର୍ମଚାରୀମାନେ ସେମାନଙ୍କୁ ପିଛା କରିଥିଲେ ବି ସେମାନେ ଆଖିପିଛୁଳାକେ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us