୧୦ଟଙ୍କା ପାଇଁ ସାଙ୍ଗ ସାଜିଲା ସାଙ୍ଗର ହତ୍ୟାକାରୀ, ଛୁରୀ ଭୁଷି କଲା ହତ୍ୟା

୧୦ଟଙ୍କା ପାଇଁ ସାଙ୍ଗ ସାଜିଲା ସାଙ୍ଗର ହତ୍ୟାକାରୀ, ଛୁରୀ ଭୁଷି କଲା ହତ୍ୟା

aajtak.intoday.in

ମିରଟ: ବନ୍ଧୁ ପାଇଁ ଜଣେ ବନ୍ଧୁ ନିଜର ଜୀବନ ବି ଦେବାକୁ ପଛାଉ ନଥିବା ବେଳେ ଉତ୍ତରପ୍ରଦେଶର ମିରଟରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବନ୍ଧୁ ଆଉ ଜଣେ ବନ୍ଧୁର ଜୀବନ ନେଇଥିବା ଘଟଣା ସାମ୍ନାକୁ ଆସିଛି। ମାତ୍ର ୧୦ଟଙ୍କା ପାଇଁ ଜଣେ ଯୁବକ ହତ୍ୟା ଭଳି ଅପରାଧ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

दोस्त बना दुश्मन, सिर्फ दस रुपये के लिए उतार दिया मौत के घाट aajtak.intoday.in

ସୂଚନା ମୁତାବକ, ମିରଟର ବ୍ରହ୍ମପୁରୀ ଅଞ୍ଚଳରେ ଥିବା ନୁର୍ ନଗରରେ ଦୁଇ ବନ୍ଧୁ ବଣ୍ଟି ଓ ପ୍ରବୀଣଙ୍କ ମଧ୍ୟରେ ୫୦ଟଙ୍କାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଝଗଡ଼ା ବଢ଼ିବାରୁ ପ୍ରବୀଣ ବଣ୍ଟିକୁ ୪୦ଟଙ୍କା ଫେରାଇଥିଲେ। କିନ୍ତୁ ୧୦ଟଙ୍କା ରଖି ଦେବାରୁ ବଣ୍ଟି ପୁଣି ଥରେ ପ୍ରବୀଣଙ୍କ ସହ ଝଗଡ଼ା କରିଥିଲେ। ଚାହୁଁ ଚାହୁଁ ଝଗଡ଼ା ବଢ଼ିଯିବା ସହ ବଣ୍ଟି ରାଗରେ ପ୍ରବୀଣକୁ ଛୁରୀ ଭୁଷି ହତ୍ୟା କରିଥିଲା। ଯାହା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ବଣ୍ଟି।  ଏ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବଣ୍ଟିକୁ ଖୋଜିବା ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe