ଜଣଙ୍କ ସହ ବସ୍‌ ଷ୍ଟାଣ୍ଡ୍‌ରେ ଥିବା ସମୟରେ ପହଞ୍ଚିଗଲା ଦ୍ବିତୀୟ ପ୍ରେମିକା, ରାସ୍ତା ମଝିଲେ ହାଇଭୋଲ୍‌ଟେଜ୍‌ ଡ୍ରାମା

Advertisment
ଜଣଙ୍କ ସହ ବସ୍‌ ଷ୍ଟାଣ୍ଡ୍‌ରେ ଥିବା ସମୟରେ ପହଞ୍ଚିଗଲା ଦ୍ବିତୀୟ ପ୍ରେମିକା, ରାସ୍ତା ମଝିଲେ ହାଇଭୋଲ୍‌ଟେଜ୍‌ ଡ୍ରାମା

ମୁମ୍ବାଇ: ଆଜିକାଲି ଯୁବପିଢ଼ିଙ୍କର ପ୍ରମୁଖ ସମସ୍ୟା ପାଲଟିଛି ପ୍ରେମ ବ୍ୟାପାର। କେଉଁଠି ‌ଦିଶୁଛି ପରକୀୟା ପ୍ରୀତିର କରୁଣ ପରିଣତି ତ ଆଉ କେଉଁଠି ଦିଶୁଛି ଏକାଥରରେ ଦୁଇ ଦୁଇ ପ୍ରେମିକା ରଖି ମଉଜ କରୁଥିବା ରଂଗୀନ ଯୁବକଙ୍କ ଉଦାହାରଣ। ସେପରି ଏକ ଘଟଣା ମହାରାଷ୍ଟ୍ରର ପୈଠଣ ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ଯୁବକ ପାଇଁ ୨ ଜଣ ଯୁବତୀ ବିଚ୍‌ ରାସ୍ତାରେ ଲଢ଼େଇ କରୁଥିବାର ଏକ ଭିଡିଓ ଖୁବ୍ ଜୋର୍‌ରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଘଟଣାଟି ହେଉଛି ବୁଧବାର ସକାଳର। ଜଣେ ୧୭ ବର୍ଷୀୟା ନାବାଳିକା ‌ତାଙ୍କ ପ୍ରେମିକଙ୍କ ପାଇଁ ଅନ୍ୟ ଜଣେ ଯୁବତୀଙ୍କ ସହ ଏକ ସର୍ବସାଧାରଣ ସ୍ଥାନରେ ପାଟିତୁଣ୍ଡ କରୁଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ବୁଧବାର ସକାଳେ ଜଣେ ଯୁବକ ଓ ଜଣେ ଯୁବତୀ ସାଥୀ ହୋଇ ଆସି ବସ୍‌ ଷ୍ଟାଣ୍ଡ୍‌ରେ ପହଞ୍ଚିଥିଲେ। ତେବେ ଯୁବକ ଜଣକ ଏକାଥରରେ ୨ ଜଣ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ଥିବା ଅଭିଯୋଗ ହୋଇଛି।

ଜାଣିବାକୁ ମିଳିଛି ଯେ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଦ୍ବିତୀୟ ଯୁବତୀ ଜଣକ ଯାଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସେଠାରେ ନିଜ ପ୍ରେମିକଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ଦେଖି ସେ କମ୍ପି ଯାଇଥିଲେ। ସେ ଖୁୁବ୍‌ ଜୋର୍‌ରେ ପାଟିତୁଣ୍ଡ କରିଥିଲେ। ସେହି  ସମୟରେ ଯୁବକ ଜଣକ କ’ଣ କଲେ ଜାଣନ୍ତି? ଯୁବକ ଜଣକ ଝିଅଟି ପାଟି କରୁଥିବା ବେଳେ ସେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ପରେ ସେଠାରେ ପୁଲିସ୍‌ ପହଞ୍ଚି ୨ ଜଣ ଯୁବତୀଙ୍କୁ ବାନ୍ଧି ନେଇ ପଚରାଉଚରା କରିବା ପରେ ଛାଡ଼ି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe