ମହିଳାଙ୍କୁ ଲାଞ୍ଚ ମାଗି ଗିରଫ ହେଲେ ୨ ବିଜେପି ନେତା

Advertisment
ମହିଳାଙ୍କୁ ଲାଞ୍ଚ ମାଗି ଗିରଫ ହେଲେ ୨ ବିଜେପି ନେତା

ndtv

ଶ୍ରୀନଗର: ମହିଳାଙ୍କୁ ଲାଞ୍ଚ ମାଗି ଗିରଫ ହେଲେ ୨ ବିଜେପି ନେତା। ମହିଳାଙ୍କ ଭାଇ ଜେଲରେ ଥିବାରୁ ତାକୁ ବାହାରକୁ ଆଣିବାରେ ସାହାଯ୍ୟ କରିବୁ ବୋଲି କହି ଟଙ୍କା ମାଗୁଥିଲେ ଗିରଫ ହୋଇଥିବା ୨ବିଜେପି ନେତା। ହେଲେ ପରେ ମହିଳାଜଣକ ଅଭିଯୋଗ କରିବାରୁ ଏବେ ଦୁହିଁଙ୍କୁ ଗିରଫ କରାଯାଇଛି।

ଗିରଫ ଦୁଇ ଅଭିଯୁକ୍ତମାନେ ହେଲେ ବିଜେପିର ବନ୍ଦିପୋରା ଜିଲ୍ଲା ସଭାପତି ଅବଦୁଲ ରେହମାନ ଟିକ୍ରି ଏବଂ ସରପଞ୍ଚ ମୁଶତାକ୍ ଅହମ୍ମଦ। ବିଜେପି ମୁଖପାତ୍ର ଅଲତାଫ ଠାକୁର ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଆଇନ ନିଜ କାମ କରିବ। ତେବେ ଏନେଇ ସେ ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି। ମହିଳାଙ୍କ ଭାଇ କେଉଁ ଅପରାଧ ପାଇଁ ଜେଲରେ ଅଛନ୍ତି ଏବଂ ମହିଳାଜଣକ କ’ଣ ପାଇଁ ବିଜେପିର ବନ୍ଦିପୋରା ଜିଲ୍ଲା ସଭାପତି ଅବଦୁଲ ରେହମାନ ଟିକ୍ରି ଏବଂ ସରପଞ୍ଚ ମୁଶତାକ୍ ଅହମ୍ମଦଙ୍କ ପାଖକୁ ସାହାଯ୍ୟ ମାଗିବାକୁ ଯାଇଥିଲେ, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe