୨ ଲୁଟେରା ଗିରଫ, ମୋବାଇଲ୍‌ ଜବତ

Advertisment
ନାବାଳିକାକୁ ଦୁଷ୍କର୍ମ, ମହିଳା ଗିରଫ

DNA India

ଭୁବନେଶ୍ବର: ଜଣେ ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌ପାଟ୍‌ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ନାବାଳକ ସମେତ ୨ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ‌ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ମାଳିସାହି ମସ୍‌ଜିଦ୍‌ କଲୋନିର ଶେଖ୍‌ ସିକନ୍ଦର(୨୨) ଓ ନାବାଳକ। ଗୁରୁବାର ସନ୍ଧ୍ୟାରେ ଅଶ୍ବିନୀ ଜେନା ନାମକ ଜଣେ ଯୁବକ ମାଳିସାହି ଛକ ନିକଟରେ ଯାଉଥିବା ସମୟରେ ସିକନ୍ଦର ଓ ନାବାଳକ ଏକ ବାଇକ୍‌ରେ ଆସି ତାଙ୍କଠାରୁ ମୋବାଇଲ୍‌ ଝାମ୍ପି ନେଇଥିଲେ। ଅଶ୍ବିନୀ ପାଟି କରିବା ବେ‌ଳକୁ ଉଭୟ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ଅଶ୍ବିନୀ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ସିକନ୍ଦରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନାବାଳକକୁ ବାଳସୁଧାର ଗୃହକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe