୨ ନାବାଳକ ଡକାୟତ ଗିରଫ: ୪ ଖସିଗଲେ, ଚାପଡ଼, ଛୁରି ଜବତ

Advertisment
ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

DNA India

ଖଣ୍ଡଗିରି: ପାତ୍ରପଡ଼ା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ କରୁଥିବାବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି ୨ ନାବାଳକ। ଏକ ୬ ଜଣିଆ ଗ୍ୟାଙ୍ଗ୍‌ରୁ ଚଢ଼ଉ‌ବେଳେ ପୁଲିସକୁ ଚକ୍‌ମା ଦେଇ ୪ ଜଣ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ସେମାନେ ସାବାଳକ ଓ ବହୁ ଆପରାଧିକ ମାମଲାରେ ସମ୍ପୃକ୍ତ ବୋଲି ସୂଚନା ମିଳିଛି। ଗିରଫ ହୋଇଥିବା ଏହି ନାବାଳକଦ୍ବୟଙ୍କଠାରୁ ପୁଲିସ ଛୁରି ଓ ଚାପଡ଼ ଜବତ କରିଛି। ସେମାନଙ୍କୁ ଖୋର୍ଧା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବା ପରେ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ଗତକାଲି ରାତିରେ ୬ ଜଣ ଯୁବକ ପାତ୍ରପଡ଼ା ମୋ ବସ୍‌ ବସ୍‌ଷ୍ଟାଣ୍ଡଠାରୁ ଅନତି ଦୂର ଏକ ଅନ୍ଧାରିଆ ନିଛାଟିଆ ସ୍ଥାନରେ ଠିଆ ହୋଇଥିଲେ। ସେମାନଙ୍କ ଗତିବିଧି ସନ୍ଦେହଜନକ ହେବାରୁ କେହି ଖଣ୍ଡଗିରି ଥାନାକୁ ଖବର ଜଣାଇଥିଲେ। ତୁରନ୍ତ ଖଣ୍ଡଗିରି ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ ୪ ଜଣ ଘଟଣାସ୍ଥଳରୁ ବାଇକ୍‌ ଯୋଗେ ଖସି ପଳାଇଥିଲେ ଓ ଏହି ନାବାଳକ ଦ୍ବୟ ଆକ୍ଟିଭା(ଓଡି୦୨ଏ-୫୧୮୧) ଗାଡ଼ି ସହ ଧରାପଡ଼ି ଯାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ପୁରୀ କୋଣାର୍କ ଅଞ୍ଚଳର ଓ ଅନ୍ୟ ଜଶେ କ୍ୟାପିଟାଲ ହସ୍ପିଟାଲ ପଛର ବସ୍ତିର ବାସିନ୍ଦା। ଖସି ପଳାଇଥିବା ଯୁବକମାନେ ହେଲେ ଝାରପଡ଼ା ଅଞ୍ଚଳର ଚିକୁ, ୟୁନିଟ୍-୯ ବାୟାବାବା ମଠ ନିକଟ ବସ୍ତି ଅଞ୍ଚଳର ବାବୁ, ରାଜ ଓ ସତ୍ୟନଗର ଅଞ୍ଚଳର ସୋନୁ। ତଦନ୍ତକାରୀ ଅଧିକାରୀଙ୍କ କହିବା କଥା ଖସି ପଳାଇଥିବା ଦୁର୍ବୃତ୍ତମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବହୁ ଆପରାଧିକ ମାମଲାରେ ଜଡ଼ିତ ବୋଲି ଜଣାପଡ଼ିଛି। ଡକାୟତି କରିବା ସହ ଜାତୀୟ ରାଜପଥରେ ରାହାଜାନି କରିବା ମଧ୍ୟ ଏମାନଙ୍କ କାମ। ବିଶେଷକରି ରାଜପଥରେ ଟ୍ରକ୍ ଅଟକାଇ ଲୁଟ୍‌ପାଟ୍‌ କରିବା ଏହି ଗ୍ୟାଙ୍ଗ୍‌ର ପ୍ରମୁଖ କାମ ବୋଲି ଗିରଫ ଅଭିଯୁକ୍ତ ଦ୍ବୟଙ୍କଠାରୁ ସୂଚନା ମିଳିଛି। ଖୁବ୍‌ ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe