ଜଣେ ଝିଅର ପ୍ରେମରେ ପଡ଼ିଲେ ୨ ଜଣ ଦଶମ ଶ୍ରେଣୀର ଛାତ୍ର; ପରସ୍ପର ଦେହରେ ଲଗାଇଲେ ନିଆଁ

Advertisment
ଜଣେ ଝିଅର ପ୍ରେମରେ ପଡ଼ିଲେ ୨ ଜଣ ଦଶମ ଶ୍ରେଣୀର ଛାତ୍ର; ପରସ୍ପର ଦେହରେ ଲଗାଇଲେ ନିଆଁ

ହାଇଦ୍ରାବାଦ୍‌: ତେଲେଙ୍ଗାନାର ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ର ପରସ୍ପରକୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ଦୁଇ ଛାତ୍ର ରାଜଧାନୀ ହାଇଦ୍ରାବାଦ୍‌ରୁ ୧୯୦ କିଲୋମିଟର ଦୂର ଜଗତିଆଲ ସହରର ଜଣେ ଝିଅକୁ ପ୍ରେମ କରୁଥିବାରୁ ଏପରି ଅଭାବନୀୟ ଘଟଣା ଘଟିଛି।

ଏହି ଘଟଣାର ତଦନ୍ତ କରି ପୁଲିସ୍‌  ସୋମବାର କହିଛି କି ଏହି ଦୁଇ ଜଣଙ୍କ ବୟସ ୧୬ ବୋଲି ଅନୁମାନ କରାଯାଉଛି। ରବିବାର ରାତିରେ ଅତ୍ୟଧିକ ମଦ୍ୟପାନ କରି ପରସ୍ପରଙ୍କୁ  ନିଅାଁ ଲଗାଇ ଦେଇଥିବା ସୂଚନା ରହିଛି।

ମୃତକ କେ ମହେନ୍ଦରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବନ୍ଧୁ ରବି ଜେଜାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଜାରି ରହିଛି।

ଏହି ଦୁଇ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ ଘଟଣାସ୍ଥଳରେ ଅାଉ ଜଣେ ଅର୍ଥାତ ତୃତୀୟ ବାଳକ ମଧ୍ୟ ଉପସ୍ଥିତ ଥିଲେ। ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି।

ପୁଲିସ୍‌ ତଦନ୍ତ କରିବା ସମୟରେ ଘଟଣାସ୍ଥଳରୁ ବିୟର୍‌ ବୋତଲ ଓ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି। ମୋବାଇଲ୍‌ ଫୋନ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି। ଜାଣିବାକୁ ମିଳିଛି ଯେ ସେ ଦୁହେଁ ପରସ୍ପରକୁ ଜଳାଇବା ପାଇଁ ପେଟ୍ରୋଲ୍‌ ବ୍ୟବହାର କରିଥିରଲେ।

ପ୍ରାଥମକିତ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଦୁହେଁ ଜଣେ ଝିଅକୁ ପ୍ରେମ କରୁଥିବାରୁ ପରସ୍ପରଙ୍କୁ ସହ୍ୟ କରିପାରୁନଥିଲେ। ତେବେ ଏହା ଏକ ଆତ୍ମହତ୍ୟା ନା ହତ୍ୟା ତାହାର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe