ମଦ କିଣିବା ଲାଗି ଟଙ୍କା ନ ଦେବାରୁ ମାଆ ଦେହରେ ନିଆଁ ଲଗାଇ ଦେଲା ପୁଅ

Advertisment
ମଦ କିଣିବା ଲାଗି ଟଙ୍କା ନ ଦେବାରୁ ମାଆ ଦେହରେ ନିଆଁ ଲଗାଇ ଦେଲା ପୁଅ

ବେଙ୍ଗଲୁରୁ: ଜଣେ ୨୦ ବର୍ଷର ଯୁବକ ମାଆଙ୍କୁ ମଦ କିଣିବା ଲାଗି ଟଙ୍କା ମାଗିଲା। ହେଲେ ମାଆ ମନା କରିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ମାଆ ଦେହରେ ନିଆଁ ଲଗାଇ ଦେଇ ଫେରାର୍‌ ହୋଇଯାଇଛି।୨୦ ବର୍ଷ ବୟସ୍କ ଏହି ପୁଅର ନାଆଁ ହେଲା ଉତ୍ତମ କୁମାର ।ବେଙ୍ଗଲୁରୁର ସଦାଶିବ ନଗରରେ ଘଟିଛି ଏଭଳି ଅଘଟଣ।

publive-image

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଆକୁ ପୁଅ ମଦ କିଣିବା ପାଇଁ ଟଙ୍କା ମାଗିଥିଲା। ହେଲେ ମାଆ ଦେବାକୁ ମନା କରିଲେ। ତା’ପରେ ମାଆ -ପୁଅଙ୍କ ଭିତରେ ବଚସା ହେଲା। ଶେଷରେ ପୁଅ ରାଗି ଯାଇ ମାଆ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା। ତା’ପରେ ଖବର ପାଇ ପୀଡିତ ମହିଳାଙ୍କ ସ୍ୱାମୀ ଘରେ ପହଞ୍ଚି ସ୍ତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। ମହିଳା ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି,ମାତ୍ର ତାଙ୍କ ମୁହଁ,ଛାତି ଓ ହାତରେ ଅଧିକାଂଶ ଅଂଶ ପୋଡି ହୋଇଯାଇଛି। ପୁଅ ଏଭଳି ବର୍ବର କାଣ୍ଡ ଘଟାଇବାପରେ ଫେରାର୍‌ ହୋଇଯାଇଛି। ପୁଲିସ ଉତ୍ତମ କୁମାରକୁ ଖୋଜୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe