୨୨ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ୪ ଗିରଫ

Advertisment
ସ୍ୱାମୀ-ପୁଅ ସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୫ ଅଭିଯୁକ୍ତ ଗିରଫ

Deccan Herald

ଭୁବନେଶ୍ୱର: କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଅଭିଯାନରେ ଆଜି ଲକ୍ଷ୍ମୀସାଗର, ନନ୍ଦନକାନନ, ବଡ଼ଗଡ଼ ଓ ବାଲିଅନ୍ତା ଥାନା‌ ଅଧୀନରେ ୪ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୨.୪୨ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର, ଦେଢ଼ କେଜି ଗଞ୍ଜେଇ, ବାଇକ୍‌, ମୋବାଇଲ ଓ ୨ ହଜାର ୧୩୦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ପୁଲିସ ବାନ୍ଧିଥିବା ହଳଦୀପଡ଼ିଆ ବସ୍ତିର ସଞ୍ଜୟ ମହାନ୍ତିଠାରୁ ୬.୩୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ୧୧୩୦ ଟଙ୍କା ଜବତ କରାଯାଇଛି। ନନ୍ଦନକାନନ ଥାନା ପୁଲିସ୍‌ ଗିରଫ କରିଥିବା ଶଙ୍କର ରାଉତଠାରୁ ୧.୪୭୬ କେଜି ଗଞ୍ଜେଇ ଜବତ ହୋଇଛି। ବଡ଼ଗଡ଼ ଥାନା ଗିରଫ କରିଥିବା ଅଭିଯୁକ୍ତ ବାଲିପାଟଣା ଥାନା ଅଧୀନ ଝିଣ୍ଟିର ବିଚିତ୍ର ବେହେରାଠାରୁ ୮.୦୭ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ବାଲିଅନ୍ତା ଥାନା ପୁଲିସ୍‌ ଗିରଫ କରିଥିବା ଅଭିଯୁକ୍ତ ଗଙ୍ଗେଶ୍ବରଗଡ଼ର ସର୍ବେଶ୍ବର ପାତ୍ରଠାରୁ ୮ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ଏକ ବାଇକ୍‌ ଓ ହଜାରେ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe