ସର୍ଟର୍‌ ତାଡ଼ି ୨୩ ଲକ୍ଷ ଟଙ୍କାର ଗହଣା ଲୁଟ୍‌

Advertisment
ସର୍ଟର୍‌ ତାଡ଼ି ୨୩ ଲକ୍ଷ ଟଙ୍କାର ଗହଣା ଲୁଟ୍‌

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କେଦାରଗୌରୀ ଫାଣ୍ଡିଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ଗହଣା ଦୋକାନରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଲୁଟେରାମାନେ ଗହଣା ଦୋକାନର ସର୍ଟର୍‌ ତାଡ଼ି ୨୩ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୋକାନରେ ଲାଗିଥିବା ସିସିଟିଭିର ଫୁଟେଜ୍‌କୁ ଯାଞ୍ଚ କରି ଲୁଟେରାମାନଙ୍କୁ ଠାବ କରିବାକୁ ଚେଷ୍ଟା ଚଳାଇଛି। ତେବେ ୫ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ପୁଲିସ ସିସିଟିଭି ଫୁଟେଜ୍‌ରୁ ଜାଣିବାକୁ ପାଇଛି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ନାଗେଶ୍ୱର ହାଟ ପଛରେ ମୁଖ୍ୟ ରାସ୍ତାରେ ଅଜୟ କୁମାର ସାହୁଙ୍କ ସୁନାଗହଣା ଦୋକାନ ରହିଛି। ଗତକାଲି ବିଳମ୍ବିତ ରାତିରେ ବର୍ଷା ହେଉଥିବା ବେଳେ ୫ଜଣ ଦୁର୍ବୃତ୍ତ ସର୍ଟର୍‌ ତାଡ଼ି ଦୋକାନ ଭିତରେ ପଶିଥିଲେ। ସେମାନେ ଦୋକାନ ଭିତରୁ ୬ଶହ ଗ୍ରାମର ସୁନା, ଅଢ଼େଇ କିଲୋ ରୁପା ଅଳଙ୍କାର (ପ୍ରାୟ ୧୦୦ଟି ସୁନା ଚେନ୍‌, ୧୦ଟି ବ୍ରେସଲେଟ୍‌, ୬ଟି ବଡ଼ ହାର, ୨୦ ହଳ କାନଫୁଲ, ୧୦ହଳ ସୁନା ଚୁଡ଼ି ଓ ନଗଦ ୨୫ ହଜାର ଟଙ୍କା) ଲୁଟି ନେଇଥିଲେ। ଏନେଇ ଆଜି ଅଜୟ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe