ହତ୍ୟା ଷଡ଼ଯନ୍ତ୍ରକାରୀକୁ ଚିହ୍ନାଇବାକୁ କୋମାରୁ ଉଠିଲେ ଯୁବତୀ

Advertisment
ହତ୍ୟା ଷଡ଼ଯନ୍ତ୍ରକାରୀକୁ ଚିହ୍ନାଇବାକୁ କୋମାରୁ ଉଠିଲେ ଯୁବତୀ

Photo Courtesy of HT

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ପଲପ୍ରହଲ୍ଲାଦପୁରରୁ ମୁଣ୍ଡରେ ସାଙ୍ଘାତିକ ଆଘାତପ୍ରାପ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଉତ୍ତର ପ୍ରଦେଶସ୍ଥିତ କନ୍ନୌଜର ଜଣେ ୨୩ ବର୍ଷୀୟ ଯୁବତୀ ବାତ୍ରା ହସ୍‌ପିଟାଲ୍‌ରେ ଦୀର୍ଘ ଚାରି ମାସ କୋମାରେ ରହିବା ପରେ ପୁନଶ୍ଚ ନିଜର ସ୍ମରଣ ଶକ୍ତି ଫେରି ପାଇଛନ୍ତି। ଏହା ପରେ ତାଙ୍କୁ ହତ୍ୟା କରିବା ନିମନ୍ତେ ତାଙ୍କ ସ୍ୱାମୀ ଷଡ଼ଯନ୍ତ୍ର କରିଥିବା କଥା ସେ ପୁଲିସକୁ କହିଥିଲେ।

ଏବେ ଦିଲ୍ଲୀ ପୁଲିସ ଜାଣିବାକୁ ପାଇଛି ଯେ ସେ ଯୁବତୀଜଣକ ଦୁଇ ବର୍ଷ ହେବ ବାହା ହୋଇଛନ୍ତି। ଅଘଟଣ ଘଟିଥିବା ଜୁନ୍‌ ୧୫ ତାରିଖ ଦିନ ସେ ତାଙ୍କ ସ୍ୱାମୀଙ୍କ ସହ ମୁଜାଫରନଗରରୁ ଆସିଥିଲେ। ଅଚେତ ଅବସ୍ଥାରେ ଏକ ନିର୍ମାଣ ସ୍ଥାନରେ ପୀଡ଼ିତା ମାଧୁରୀ ଚାନ୍ଦଙ୍କୁ ଉଦ୍ଧାର କରା ଯାଇଥିଲା। ଇଟା ଏବଂ ବାଡ଼ିରେ ପିଟାପିଟି କରିବ ପରେ ସେ ମରିଗଲେ ବିଚାରି ତାଙ୍କୁ ସେଠାରେ ପକାଇ ଦିଆ ଯାଇଥିଲା।

କେତେକ ଶ୍ରମିକ ଅଚେତ ମାଧୁରୀଙ୍କୁ ଦେଖି ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲେ। କ୍ଷତ ଭଲ ହୋଇ ଗଲେ ମଧ୍ୟ ସେ ଦୁଇ ମାସ କୋମାରେ ରହିଥିଲେ। ରେଟ୍ରୋଗ୍ରେଡ୍‌ ଆମେନ୍‌ସିଆ ଯୋଗୁଁ ସେ ଅଗଷ୍ଟ ମାସରେ କୋମାରୁ ଉଠି ଆକ୍ରମଣକାରୀଙ୍କୁ ଚିହ୍ନିବାରେ ଅସମର୍ଥା ହୋଇଥିଲେ। ଶ୍ରମିକମାନେ ତାଙ୍କୁ ପାଇ ଥିବା ନିର୍ମାଣସ୍ଥଳରେ ସେ ପହଞ୍ଚିଥିଲେ ସେ ବାବଦରେ ତାଙ୍କର କିଛି ମନେ ପଡୁ ନ ଥିଲା।

ଦୁଇ ମାସର ଉଦ୍ୟମ ପରେ ମାଧୁରୀଙ୍କର ସ୍ମରଣ ଶକ୍ତି ଫେରାଇ ଆଣିବାକୁ ଡାକ୍ତରମାନେ ସମର୍ଥ ହୋଇଥିଲେ। ତାଙ୍କର ବୟାନ୍‌ ରେକର୍ଡ କରାଯାଇଥିଲା। ସ୍ୱାମୀ ରବି ସିଂହ ଓରଫ୍‌ ଟିଙ୍କୁ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ ବୋଲି ଦକ୍ଷିଣପୂର୍ବ ଡେପୁଟି ପୁଲିସ କମିସନର୍‌ ରୋମିଲା ବାନିୟା କହନ୍ତି।

ମାଧୁରୀ ଆପଣା ସ୍ମରଣ ଶକ୍ତି ଫେରି ପାଇ ତାଙ୍କର ଆକ୍ରମଣକାରୀଙ୍କୁ ଚିହ୍ନିବା ପରେ ରବିବାର ଦିନ ପୁଲିସ ରବିଙ୍କୁ ତାଙ୍କ ଗାଁ’ରୁ ଗିରଫ କରିଛି। ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିବାରୁ ସେ ମାଧୁରୀଙ୍କୁ ଜୀବନରୁ ହଟାଇ ଦେବାକୁ ଚାହିଁଥିବା କଥା ସ୍ୱୀକାର କରିଥିଲେ। ପୁଲିସ କହୁଛି, ପରିବାର ଚାପରେ ସେ ମାଧୁରୀଙ୍କୁ ବାହା ହୋଇଥିଲେ। ଚାକିରି କରାଇ ଦେବା ବାହାନାରେ ସେ ମାଧୁରୀଙ୍କୁ ଦିଲ୍ଲୀ ଆଣିଥିଲା ଏବଂ ଦିଲ୍ଲୀକୁ ଆସିବାର ଦ୍ୱିତୀୟ ଦିନ ସେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ବୋଲି ତଦନ୍ତରୁ ଜଣା ପଡ଼ିଛି।

ସେ ଅଚେତ ହୋଇ ପଡ଼ିଲାରୁ ଟିଙ୍କୁ ଛାନିଆରେ ଅପରାଧ ସ୍ଥଳ ଛାଡ଼ି ପଳାଇ ଥିଲେ ବୋଲି ଅଧିକାରୀଜଣକ କହିଛନ୍ତି। ପରବର୍ତ୍ତୀ ଦୁଇ ମାସ ମାଧୁରୀ ଚିକିତ୍ସାଧୀନ ଥିଲେ।
ବାନିୟା କହିଛନ୍ତି ଯେ, ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇ ମାଧୁରୀଙ୍କ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ପୁଲିସ କଠିନ ପରିଶ୍ରମ କରିଥିଲା। ଡାକ୍ତରମାନେ ମଧ୍ୟ ମାଧୁରୀଙ୍କ ସ୍ମରଣ ଶକ୍ତି ଫେରାଇ ଆଣିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ଶେଷରେ ଅକ୍ଟୋବର ୬ ତାରିଖ ଦିନ ମାଧୁରୀଙ୍କର ସ୍ମରଣ ଶକ୍ତି ଫେରିଥିଲା ଏବଂ ତାଙ୍କ ଆକ୍ରମଣକାରୀ ରବି ବୋଲି ସେ କହିବାରୁ ପୁଲିସ ତାଙ୍କୁ ରବିବାର ଦିନ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe