ପୁଣେ: ପୁଣେର ଜଣେ ୨୩ ବର୍ଷୀୟା ବାଣିଜ୍ୟ ଛାତ୍ରୀ ନିଜ ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ମାମଲାର ପୁଣେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଏହି ଯୁବତୀ ଜଣକ ନିଜ ପୁରୁଷ ସାଥୀଙ୍କ ସହ ରହୁଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି। ତାଙ୍କର ୨୫ ବର୍ଷିଅ ପୁରୁଷ ସାଥୀ ଓ ସେ ନିଜେ ଉଭୟ ଔରଙ୍ଗାବାଦ୍ର ବାସିନ୍ଦା। ଗତ ଦୁଇ ବର୍ଷ ହେବ ସେ ଆସି ପୁଣେରେ ରହୁଥିଲେ।
ଏହି ମାମଲାର ତଦନ୍ତ କରି ସଂଘାଇ ପୁଲିସ୍ ଷ୍ଟେସନ୍ର ଅଜିତ୍ କୁମାର ଖତଲ୍ କହିଛନ୍ତି କି ସେ ଦୁହେଁ ସାଥୀ ହୋଇ ରହୁଥିଲେ ବୋଲି ଯୁବତୀଙ୍କ ପୁରୁଷ ସାଥୀ ନିଜେ ବୟାନ୍ ଦେଇଛନ୍ତି। ଯୁବତୀଙ୍କ ମାଆଙ୍କ ବୟାନ୍ ଖୁବ୍ ଶୀଘ୍ର ରେକର୍ଡ କରାଯିବ।
ସୁଚନା ରହିଛି ଯେ ଉଭୟ ଯୁବକ-ଯୁବତୀ ପରସ୍ପରଙ୍କୁ ପ୍ରେମ କରୁଥିଲେ। ମାତ୍ର ସେମାନଙ୍କର ଜାତି ଅଲଗା ହୋଇଥିବାରୁ ସେମାନଙ୍କୁ ଦୁଇ ପକ୍ଷର ପରିବାର ଲୋକ ସ୍ୱୀକାର କରିପାରିନଥିଲେ। ଫଳରେ ସେ ଦୁହେଁ ଘର ଛାଡ଼ି ପଳାଇ ଆସିଥିଲେ। ଯୁବକ ଜଣକ ଚାକିରି କରିଥିବା ବେଳେ ଯୁବତୀ ପାଠ ପଢୁଥିଲେ। ଯୁବକଙ୍କୁ ତାଙ୍କ ଘରେ ଅନ୍ୟତ୍ର ବିବାହ କରିବାକୁ ବାଧ୍ୟ କରୁଥିବାରୁ ଯୁବକ ଜଣକ ଚାପରେ ଆସି ରାଜି ହୋଇ ଯାଇଥିଲେ। ଏହି କାରଣ ହେତୁ ଯୁବତୀ ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ୍ ସନ୍ଦେହ କରୁଛି।
Follow Us