୨୫ କିଲୋ ଗଞ୍ଜେଇ ସହ ବାଇକ୍‌ ଜବତ, ୨ ଗିରଫ

Advertisment
୨୫ କିଲୋ ଗଞ୍ଜେଇ ସହ ବାଇକ୍‌ ଜବତ, ୨ ଗିରଫ

ଧଉଳି : ଚୋରା ଗଞ୍ଜେଇ କାରବାର ମାମଲାରେ ଆଜି ଧଉଳି ଥାନା ପୁଲିସ ଦୁଇଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଏହି ଚୋରା ନିଶାଦ୍ରବ୍ୟ ବ୍ୟବସାୟୀ ଦ୍ୱୟ ହେଲେ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ହୀରାପୁର ଗ୍ରାମର ନିରଞ୍ଜନ ମହାନ୍ତି (୨୮ ) ଓ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦାରେ ରହୁଥିବା ରାଜକୁମାର ଠାକରି (୨୯)। ଏଥିସହିତ ଘଟଣାସ୍ଥଳରେ ପୁଲିସ ସେମାନଙ୍କ ନିକଟରୁ ବସ୍ତାରେ ଥିବା ୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଚୋରା ବ୍ୟବସାୟରେ ବ୍ୟବହୃତ ବାଇକ୍‌ଟିକୁ (ନଂ ଓଡି ୦୨ ଓ୍ଵାଇ ୧୧୪୩ ) ମଧ୍ୟ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଥାନାର ଜଣେ ଅଧିକାରୀ କହିଛନ୍ତି।

ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ୍‌ଙ୍କ ସୂଚନାନୁସାରେ ଆଜି ଅପରାହ୍ନ ୪ଟା ସମୟରେ କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ଵାଡ୍‌ର ସୂଚନାକୁ ଆଧାର କରି ନିରଞ୍ଜନ ଓ ରାଜକୁମାର ବାଇକ୍‌ରେ ଗଞ୍ଜେଇ ବସ୍ତା ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏସ୍‌ଆଇ ପ୍ରଦୀପ ମହାଲ ଓ ଏଏସଆଇ ବିଜୟ କୁମାର ସାହୁ ଉତ୍ତରାଛକରୁ ତାଙ୍କୁ ପିଛା କରିଥିଲେ । ଧଉଳି ଛକରେ ସେମାନଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରେ ଉପରୋକ୍ତ ପରିମାଣର ଗଞ୍ଜେଇ ମିଳିଥିଲା । ଦୁହେଁ ଫୁଲବାଣୀ ଓ ମାଲକାନାଗିରି ଓ ଚିତ୍ରୋକୋଣ୍ଡା ଆଦି ଅଞ୍ଚଳରୁ ବାଳକାଟି ଫାଣ୍ଡି ସୀମା ଭିତରକୁ ଆସୁଥିବା ଗ୍ୟାଙ୍ଗର ସଦସ୍ୟ। ତେବେ ଗ୍ୟାଙ୍ଗ ପରିଚାଳନା କରୁଥିବା ପୂରଣ ଓ ବାଳକାଟି ମାହାଲସାହିର ଦୁଇ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଏଯାଏ ପୁଲିସ କି ଅବକାରୀ ବିଭାଗ କାବୁ କରିପାରିନିି। ଆଜି ଅପରାହ୍ନରେ ହୀରାପୁର ଡିପୋରୁ ସେମାନେ ଗଞ୍ଜେଇ ନେଇ ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଭିତରକୁ ଯାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe