‘ଡିଏଚ୍‌ଏଫ୍‌ଏଲ୍‌’ ଦୁର୍ନୀତିରେ ସମ୍ପୃକ୍ତଙ୍କ ଘରୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୨୫ଟି ସୌଖୀନ ହାତଘଣ୍ଟା ଜବତ କଲା ‘ସିବିଆଇ’

‘ଡିଏଚ୍‌ଏଫ୍‌ଏଲ୍‌’ ଦୁର୍ନୀତିରେ ସମ୍ପୃକ୍ତଙ୍କ ଘରୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୨୫ଟି ସୌଖୀନ ହାତଘଣ୍ଟା ଜବତ କଲା ‘ସିବିଆଇ’

Image Courtesy of NDTV

ନୂଆଦିଲ୍ଲୀ: ‘ଦେୱାନ୍‌ ହାଉସିଙ୍ଗ୍‌ ଫାଇନାନ୍‌ସ୍‌ ଲିମିଡେଟ୍‌ (ଡିଏଚ୍‌ଏଫ୍‌ଏଲ୍‌) ଦୁର୍ନୀତିରେ ସମ୍ପୃକ୍ତ ଥିବା କପିଳ ୱାଧୱାନ୍‌, ଧୀରଜ ୱାଧୱାନ୍‌ ଏବଂ ଅନ୍ୟମାନଙ୍କ ଘରୁ ଶୁକ୍ରବାର ଦିନ ‘ସିବିଆଇ’ ୧ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୨୫ଟି ସୌଖୀନ ହାତଘଣ୍ଟା ଏବଂ ୩୮ କୋଟି ଟଙ୍କା ମୂଲ୍ୟର ୫୬ଟି ‘ପେଣ୍ଟିଙ୍ଗ୍‌’ (କଳାକୃତି) ଜବତ କରିଛି।

ଏହାଛଡ଼ା, ‘ସିବିଆଇ’ ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ରେବେକା ଦେୱାନ୍‌ ଏବଂ ଅଜୟ ରମେଶ ନୱାନ୍ଦର୍‌ଙ୍କ ଫ୍ଲାଟ୍‌ରେ ମଧ୍ୟ ଖାନ୍‌ତଲାସ କରିଥିଲେ। ଖୋଜାପଡ଼ିଥିବା ଅପରାଧୀମାନଙ୍କ ସହିତ ନୱାନ୍ଦର୍‌ଙ୍କ କି ସମ୍ପର୍କ ରହିଛି ତାହା ମଧ୍ୟ ତଦନ୍ତ କରାଯିବ ବୋଲି ‘ସିବିଆଇ’ କହିଛି।

publive-image Image Courtesy of NDTV

ଚଢ଼ାଉ ସଂକ୍ରାନ୍ତରେ ଜାରି ବିବୃତି ଜାରି କରି ‘ସିବିଆଇ’ କହିଛି, ତଦନ୍ତ ସମୟରେ ଜଣାପଡ଼ିଲା ଯେ, ‘ଡିଏଚ୍‌ଏଫ୍‌ଏଲ୍‌’ର ପ୍ରମୋଟର୍‌ମାନେ ପାଣ୍ଠି ହେର୍‌ଫେର୍‌ କରି ତାହାକୁ ଅନ୍ୟାନ୍ୟ ସଂସ୍ଥାନଗୁଡ଼ିକରେ ବିନିଯୋଗ କରିଛନ୍ତି। ଉକ୍ତ ଟଙ୍କାରେ ସେମାନେ ପ୍ରାୟ ୫୫ କୋଟି ଟଙ୍କାର ‘‌ପେଣ୍ଟିଙ୍ଗ୍‌’ (କଳାକୃତି) ଏବଂ ଭାସ୍କର୍ଯ୍ୟ (ସ୍କଲ୍‌ଚର୍‌) କ୍ରୟ କରିଛନ୍ତି।

୩୪,୬୧୪ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ଅଭିଯୋଗରେ ‘ସିବିଆଇ’ ‘ଡିଏଚ୍‌ଏଫ୍‌ଏଲ୍‌’ ଓ ତା’ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ କପିଳ ୱାଧାୱନ୍‌, ନିର୍ଦେଶକ ଧୀରଜ ୱାଧାୱନ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିଲା।

ଜୁନ୍‌ ୨୦ ତାରିଖରେ ମାମଲା ରୁଜୁ କରାଯିବାରୁ ୫୦ରୁ ଅଧିକ ଅଧିକାରୀ ଥିବା ‘ସିବିଆଇ’ ଟିମ୍‌ ମୁମ୍ବାଇରେ ‘ଅମରୀଲ୍ଲୀସ୍‌ ରିୟଲଟର୍ସ’ର ସୁଧାକର ଶେଟ୍ଟୀଙ୍କ ଏବଂ ଆଉ୮ଜଣ ବିଲ୍‌ଡର୍‌ଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ୧୨ଟି ଘରେ ଖାନ୍‌ତଲାସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe