ପ୍ରତିପକ୍ଷ ଗ୍ରୁପ୍‌ ସଦସ୍ୟଙ୍କ ହତ୍ୟା ଅଭିଯୋଗରେ ୨୬ ବର୍ଷିଅ ଯୁବକ ଗିରଫ

Advertisment
ଦିଲ୍ଲୀ ପୁଲିସର କ୍ଷମତା ବଢ଼ିଲା, ଏନ୍‌ଏସଏ ଅଧୀନରେ ଯେକୌଣସି ବ୍ୟକ୍ତିଙ୍କୁ ଅଟକ ରଖିପାରିବ ପୁଲିସ

(Representational)

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ଦାବରି ଅଞ୍ଚଳରେ ଗତ ମେ ମାସରେ ପ୍ରତିପକ୍ଷ‌ ଗ୍ରୁପ୍‌ର ଜଣେ ସଦ୍ୟସଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ୨୬ ବର୍ଷିଅ ଯୁବକଙ୍କୁ ଗିରଫ କରାଯାଇଛି। ଏହି ହତ୍ୟା ମାମଲାରେ ଜଣେ କିଶୋରଙ୍କୁ ବି ଧରାଯାଇଛି ବୋଲି ଶନିବାର ପୁଲିସ୍‌ ସୂଚନା ଦେଇଛି।

ପୁଲିସ୍‌ ସୂଚନା ମୁତାବକ, ମେ ୨୦ ତାରିଖରେ ଗୌରଭ ଏବଂ ଭିକି ନାମକ ଦୁଇ ଜଣ ଯୁବକଙ୍କ ଉପରକୁ ୩ ଜଣ ଲୋକ ଆସି ଖୋଲାଖୋଲି ଭାବେ ଗୁଳିଚାଳନା କରିଥିଲେ। ଏହି ଗୁଳି ଚାଳନାରେ ଭିକି ଗୁରୁତର ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଗୌରଭଙ୍କର ମୃତ୍ୟୁ ଘଟିଥିଲା।

publive-image (Representational)

ଭିକି ଏହି ୩ ଜଣଙ୍କ ବିଷୟରେ ପୁଲିସ୍‌କୁ ସୂଚନା ଦେଇଥିଲା। ସେମାନଙ୍କ ମଧ୍ୟରୁ ମେ ୨୯ ତାରିଖରେ ପୁଲିସ୍‌ ଜଣଙ୍କୁ ଧରିବାରେ ସମର୍ଥ ହୋଇଥିଲା। ଅଭିଯୁକ୍ତଙ୍କ ନାମ ଗୁଲ୍‌ଫାମ୍‌। ତାଙ୍କୁ ପୁଲିସ୍‌ ଧରି ପଚରା ଉଚରା କରିବା ସମୟରେ ସେ ଅନ୍ୟ ଦୁଇ ଅଭିଯୁକ୍ତ ନିତିଶି ତିୱାରୀ ଓ ଉକ୍ତ କିଶୋରଙ୍କ ବିଷୟରେ ପୁଲିସ୍‌କୁ କହିଥିଲେ। ଗୁଲ୍‌ଫାମ୍‌ଙ୍କ କହିବାନୁସାରେ ‌ସେ ନିତିଶଙ୍କୁ ଜେଲ୍‌ରେ ଭେଟିଥିଲେ। ତାଙ୍କ ପ୍ରତିପକ୍ଷ ଗ୍ରୁପ୍‌ର ଭିକି ଓ ଗୌରଭଙ୍କୁ ଜୀବନରୁ ମାରିଦେଲେ ୧ ଲକ୍ଷ ଟଙ୍କା ଦେବେ ବୋଲି ନିତିଶ ଗୁଲ୍‌ଫମ୍‌ଙ୍କୁ କହିଥିଲେ। ପୁଲିସ୍‌ ଏବେ ଗୁଲ୍‌ଫାମଙ୍କ ସମେତ ମାମଲାରେ ଜଡ଼ିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବି ଧରିବାରେ ସମର୍ଥ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe