ସିମେଣ୍ଟ ମେସିନ୍‌ ବିକିବା ବାହାନାରେ ୨୭ଲକ୍ଷ ଚଳୁ, ରାଜସ୍ଥାନରୁ କମ୍ପାନି ମାଲିକ ଗିରଫ

Advertisment

କମ୍ପାନି ଭିତରେ ପୁଲିସକୁ ଆକ୍ରମଣ

କମ୍ପାନି ଭିତରେ ପୁଲିସକୁ ଆକ୍ରମଣ

ସିମେଣ୍ଟ ମେସିନ୍‌ ବିକିବା ବାହାନାରେ ୨୭ଲକ୍ଷ ଚଳୁ, ରାଜସ୍ଥାନରୁ କମ୍ପାନି ମାଲିକ ଗିରଫ

(Photo Credits: Unsplash)

ଖଣ୍ଡଗିରି: ମିନି ସିମେଣ୍ଟ ପ୍ଲାଣ୍ଟ ପାଇଁ ମେସିନ୍ ବିକିବା ବାହାନାରେ ୨୭.୬୬ ଲକ୍ଷ ଟଙ୍କା ଚଳୁ କରି ୨ବର୍ଷ ହେଲା ଭୁଆଁ ବୁଲାଉଥିବା ରାଜସ୍ଥାନସ୍ଥିତ ଏକ କମ୍ପାନିର ମାଲିକକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଲେ, ରାଜସ୍ଥାନ ଅଜମେର୍‌ ଆଦର୍ଶ ଥାନା ଅଞ୍ଚଳସ୍ଥିତ ଏଲପିଏମ୍‌ ଇଂଜିନିୟରିଂ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ମହାବୀର ପ୍ରସାଦ ମାଲି(୩୭)। ରବିବ‌‌ାର ମହାବୀରକୁ କୋର୍ଟଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ କରିବାକୁ ଚଢ଼ଉ କଲା ବେଳେ କମ୍ପାନିର କର୍ମଚାରୀମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ରାଜସ୍ଥାନ ପୁଲିସ ପାଲଟା ଆକ୍ରମଣ କରିବା ଯୋଗୁଁ ଅଭିଯୁକ୍ତକୁ ଗିରଫ କରିବା ସମ୍ଭବ ହୋଇଥିଲା।

ସୂଚନାନୁସାରେ, ଡୁମୁଡୁମା ମଧୁସୂଦନ ସମବାୟ ନଗରରେ ରହୁଥିବା ମିତ୍ରା ମିଶ୍ର ପଞ୍ଚସଖାନଗରରେ ଏକ ମିନି ସିମେଣ୍ଟ ପ୍ଲାଣ୍ଟ କରିବାର ଥିଲା। ତେଣୁ ଏକ ମେସିନ୍ କିଣିବା ପାଇଁ ସେ ଗତ ୨୦୧୭ ଡିସେମ୍ବର ମାସରେ ରାଜସ୍ଥାନର ଉକ୍ତ କମ୍ପାନି ସହ ଯୋଗାଯୋଗ କରିଥିଲେ। ନିଜେ ମହାବୀର ମେସିନ୍ ଯୋଗାଇବା ପାଇଁ ଶ୍ରୀମତୀ ମିଶ୍ରଙ୍କଠାରୁ ଦୁଇ ପର୍ଯ୍ୟାୟରେ ୨୭.୬୬ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ପରେ ଆଉ ଧରାଛୁଆଁ ଦେଇ ନ ଥିଲେ। ଏହା ଭିତରେ ୨ବର୍ଷ ବିତି ଯାଇଥିଲେ ବି ମହାବୀର ମୋଟେ କର୍ଣ୍ଣପାତ କଲେ ନାହିଁ। ଏମିତିକି କୋର୍ଟ ଆଦେଶକୁ ମଧ୍ୟ ବେଖାତିରି କରିଥିଲେ। କୋର୍ଟଙ୍କ ଆଦେଶ ବଳରେ ଖଣ୍ଡଗିରି ଥାନାରୁ ଏସ୍‌ଆଇ ନିରଂଜନ ଓଝାଙ୍କ ନେତୃତ୍ବରେ ଏକ ଟିମ୍‌ ମହାବୀରକୁ ଗିରଫ କରିବା ପାଇଁ ରାଜସ୍ଥାନ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe