‌ମେଡିକାଲରେ ନାମ ଲେଖାଇବା ନାଁରେ ୨୭ ଲକ୍ଷ ଠକେଇ, ରିମାଣ୍ଡରେ ଆସିଲା ଠକ

ଫସିଗ‌ଲେ ନକଲି ନାବାର୍ଡ ନିର୍ଦ୍ଦେଶକ, ପୂର୍ବରୁ ଓମ୍‌ଫେଡ୍‌ର ନିର୍ଦ୍ଦେଶକ ଭାବେ ଠକିଥିଲା

photo-navbharattimes

ଚନ୍ଦ୍ରଶେଖରପୁର: ରାଜଧାନୀର ବିଭିନ୍ନ ମେଡିକାଲ ଶିକ୍ଷାନୁଷ୍ଠାନରେ ଆଡ୍‌ମିସନ୍‌ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତକୁ ଇନ୍‌ଫୋସିଟି ଥାନା ପୁଲିସ ରିମାଣ୍ଡରେ ଆଣିଛି। ସେ ହେଲା, ସୌମ୍ୟକାନ୍ତ ମହାନ୍ତି। ଗତ ସେପ୍ଟେମ୍ବର ମାସରେ ୩ଜଣ ଛାତ୍ରଙ୍କୁ ମେଡିକାଲ‌ ପାଠ୍ୟକ୍ରମରେ ନାମ ଲେଖାଇ ଦେବାର ଲୋଭ ଦେଖାଇ ସେମାନଙ୍କଠାରୁ ୨୭ ଲକ୍ଷ ଟଙ୍କା ଠକି ନେଇଥିଲା। ଏ ନେଇ ଗଜଲ ଝା ନାମକ ଛାତ୍ର ଇନ୍‌ଫୋସିଟି ଥାନରେ ଅଭିଯୋଗ କରିଥିଲେ। ତେବେ କ୍ରାଇମବ୍ରାଞ୍ଚ ସୌମ୍ୟକାନ୍ତକୁ ରାଜ୍ୟ ବାହାରୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ତେବେ ତା’ ଦ୍ବାରା ଠକାମିର ଶିକାର ହୋଇଥିବା ଅନ୍ୟ ଛାତ୍ରମାନେ ଏହି ସୂଚନା ପାଇ ଥାନାରେ ଅଭିଯୋଗ କରିଥିଲେ। ତେଣୁ ତାକୁ ଅଧିକ ପଚରାଉଚରା ପାଇଁ ପୁଲିସ୍ କୋର୍ଟରେ ସୌମ୍ୟକାନ୍ତର ରିମାଣ୍ଡ ପାଇଁ ଆବେଦନ କରିଥିଲା। ଆଜି ତାକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe