କେଶ ଝଡ଼ିବା ସମସ୍ୟା ନେଇ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା

Advertisment
କେଶ ଝଡ଼ିବା ସମସ୍ୟା ନେଇ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ମଦୁରାଇ: ବର୍ତ୍ତମାନ ସମୟରେ ପୁରୁଷ ଓ ମହିଳା ଉଭୟଙ୍କ କ୍ଷେତ୍ରରେ କେଶ ଝଡ଼ିବାର ସମସ୍ୟା ଦେଖା ଦେଉଛି। ତେବେ ଏହି କେଶ ଝଡ଼ିବା କାରଣକୁ ନେଇ ତାମିଲନାଡୁର ମଦୁରାଇ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୨୭ବର୍ଷିଅ ଜଣେ ସପ୍ଟଓ୍ଵୟାର ଇଞ୍ଜିନିୟର କେଶ ଝଡ଼ିବା ସମସ୍ୟାରେ ଏତେମାତ୍ରାରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ ଯେ ସେ ଆତ୍ମହତ୍ୟା କରିଦେଇଛନ୍ତି। ମୃତକ ବେଙ୍ଗାଲୁରୁର ସପ୍ଟଓ୍ଵୟାର ଇଞ୍ଜିନିୟର ମିଥୁନ ରାଜଙ୍କ ଘର ଜୟହିନ୍ଦପୁରମରେ ବୋଲି ଜଣାପଡ଼ିଛି।

publive-image

ପୁଲିସ ସୂତ୍ରରୁ ପ୍ରକାଶ: ମିଥୁନର ମୁଣ୍ଡଚର୍ମରେ ସମସ୍ୟା ଥିଲା। ଯେଉଁଥିପାଇଁ ତାଙ୍କର କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ଏଥିପାଇଁ ସେ ଅନେକଥର ଚିକିତ୍ସା ନେଇଥିଲେ ହେଁ କୌଣସି ଫାଇଦା ମିଳି ନଥିଲା। କେଶ ଝଡ଼ିବା ସେଭଳି ଲାଗି ରହିଥିଲା। ମିଥୁନ୍‌ ଚେନ୍ନାଇ ଇନ୍‌ଫୋସିସ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ କିଛିଦିନ କାମ କରିବା ପରେ ସେ ବେଙ୍ଗାଲୁରୁର ଆଇଟି କମ୍ପାନିରେ ଯୋଗ ଦେଇଥିଲେ। ମିଥୁନଙ୍କ ପିତା ରବିଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ବାସନ୍ତି ମଦୁରଇ ଜୟହିନ୍ଦପୁରମରେ ରହୁଛନ୍ତି।

publive-image

ମା’ ବାସନ୍ତୀ ନିଜ ପୁଅର ବିହାଘର ପାଇଁ ଝିଅ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ମିଥୁନ୍‌ ତାଙ୍କର କେଶ ଝଡ଼ିବା ସମସ୍ୟାକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ। ସେ ଏହି ସମସ୍ୟା ସମ୍ପର୍କରେ ନିଜର ମା’ଙ୍କ ସହିତ ବି ଆଲୋଚନା କରିଥିଲେ। ମିଥୁନ୍‌ ଅନେକ ଦିନ ହେବ ଛୁଟିରେ ଘରେ ଥିଲା। ରବିବାର ସକାଳେ ମଥୁନ୍‌ଙ୍କ ମା’ ମନ୍ଦିର ଯାଇଥିଲେ, ମନ୍ଦିରରୁ ଫେରିବା ପରେ ପୁଅ ପଙ୍ଖାରେ ଝୁଲିଥିବାର ଦେଖିବାକୁ ପାଇଥିଲେ। ପାଖପଡୋଶୀ ସାହାଯ୍ୟରେ ମିଥୁନ୍‌କୁ ଫଙ୍ଖାରୁ କାଢ଼ି ତଳକୁ ଆଣି ରାଜାଜି ହସ୍‌ପିଟାଲ ନେଇଥିଲେ। ସେଠାରେ ଡାକ୍ତର ମିଥୁନ୍‌ଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe