The Siasat Daily
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଜଣେ ୧୫ ବର୍ଷର ବାଳିକା ଜାନୁଆରି ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ୨୯ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଷ୍କର୍ମକାରୀଙ୍କ ମଧ୍ୟରେ ଦୁଇଜଣ ନାବାଳକ ସାମିଲ ଥିବା ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଦୁଷ୍କର୍ମକାରୀ ଦୁଷ୍କର୍ମ ସମୟର ଭିଡିଓ ରେକର୍ଡ କରି ନାବାଳିକାଙ୍କୁ ଧମକ ଦେଉଥିଲେ। ସେ ଯଦି ସେମାନଙ୍କ କଥାରେ ରାଜି ନହୁଏ ତେବେ ସେମାନେ ଏହି ଭିଡିଓ ଭାଇରାଲ କରି ଦେବେ। ଏହି ଭିଡିଓର ଭୟ ଦେଖାଇ ୧୫ବର୍ଷର ନାବାଳିକାଙ୍କ ସହିତ ୨୯ଜଣ ଦୁଷ୍କର୍ମକାରୀ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ।
ଦୁଷ୍କର୍ମକାରୀଙ୍କ ଅତ୍ୟାଚାର ସହି ନପାରି ପୀଡିତା ଶେଷରେ ଗତବୁଧବାର ରାତିରେ ଡୋମ୍ବାଇଭାଲିରେ ଥିବା ମନପଡା ପୁଲିସ ଷ୍ଟେସନରେ ପହଞ୍ଚି ଘଟଣା ସମ୍ପର୍କରେ ବଖାଣିଥିଲେ। ଏହାପରେ ଘଟଣା ସାମ୍ନାକୁ ଆସିଥିଲା।

ଅତିରିକ୍ତ ପୁଲିସ କମିଶନର ଦତ୍ତାତ୍ରେ କରାଲେ କହିଛନ୍ତି, “ପୀଡିତା ମନପଡା ପୁଲିସ ଷ୍ଟେସନରେ ପହଞ୍ଚି ଗତ ନଅ ମାସ ଧରି ସେ ୨୯ଜଣଙ୍କ ଦ୍ବାରା ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ।
ଏସିପି କହିଛନ୍ତି, ସଙ୍ଗେସଙ୍ଗେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ କରି ଏହି ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ନାବାଳକଙ୍କ ସମେତ ୨୯ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା। ପୀଡିତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।
ଯେଉଁଠାରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିଲା ସେଠାରେ ଫରେନସିକ୍ ଟିମ୍ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଥମେ ଦୁଷ୍କର୍ମର ଭିଡିଓ ସୁଟିଂ କରିଥିବା । ପରେ ତାହାକୁ ଅନ୍ୟମାନଙ୍କ ପାଖକୁ ପଠାଇଥିଲା। ଏହି ଭିଡିଓ ଅନ୍ୟମାନେ ପାଇବା ପରେ ନାବାଳିକାଙ୍କୁ ଭିଡିଓ ଭାଇରାଲ କରିଦେବା ଭୟ ଦେଖାଇ ଜୋରଜବରଦସ୍ତ ଡାକି ଦୁଷ୍କର୍ମ କରିଥିଲେ।
Follow Us