ରାଜଧାନୀରେ ବାଂଲାଦେଶୀ ରୂପଜୀବୀଙ୍କ ସେକ୍ସ ର‍୍ୟାକେଟ୍‌ ମାମଲା : ୩ ଦଲାଲ ଗିରଫ

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଭୁବନେଶ୍ବର : ରାଜଧାନୀରେ ବାଂଲାଦେଶୀ ରୂପଜୀବୀଙ୍କ ସେକ୍ସ ରୢାକେଟ୍‌ ମାମଲାରେ ଲକ୍ଷ୍ମୀସାଗର ଥାନା ପୁଲିସ ୩ଜଣ ଦଲାଲଙ୍କୁ ଗିରଫ କରିଛି। ସେମାନେ ହେଲେ, ଶ୍ରୀଲିଙ୍ଗରାଜ ଥାନା ଅଧୀନ ବିଜୟ କମ୍ପ୍ଲେକ୍ସରେ ରହୁଥିବା ବିଜୟ କୁମାର ଦାସ ଓରଫ ରାଜୁ, କଟକ ସଦର ଥାନା ଅଧୀନ ପୁରୁଷୋତ୍ତମପୁରର ଉତ୍ତମ ଜେନା, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ପ୍ରଶାନ୍ତ ପରିଡ଼ା। ବିଜୟର ନିଜ ଘର ବାଲେଶ୍ବର ଜିଲ୍ଲା ଅମର୍ଦ୍ଦା ଅଞ୍ଚଳରେ। ଆଜି ୩ ଜଣଙ୍କୁ ଭିନ୍ନଭିନ୍ନ ଦୁଇଟି ମାମଲାରେ କୋର୍ଟ ଚାଲାଣ କରାଯାଇଛି।

publive-image

ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୨୫ ତାରିଖରେ ବାଂଲାଦେଶୀ ଯୁବତୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି। ଅଭିଯୋଗରେ ଉଲ୍ଲେଖ ଥିଲା, ପ୍ରଶାନ୍ତ ଉକ୍ତ ଯୁବତୀଙ୍କୁ ମାଡ଼ ମାରି ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲା। ରାଜୁ ଓ ଉତ୍ତମଙ୍କ ବିରୋଧରେ ଅଭିଯୋଗ ହେଉଛି, ରାଜୁ ବାଂଲାଦେଶୀ ଯୁବତୀମାନଙ୍କୁ କୋଲକାତାରୁ ଭୁବନେଶ୍ବର ଆଣୁଥିଲା। ସେ ହିଁ ଯୁବତୀମାନଙ୍କ ନକଲି ଆଧାରକାର୍ଡ ପ୍ରସ୍ତୁତ କରୁଥିଲା। ସମସ୍ତ ପ୍ରକାରର ଜାଲ କାଗଜପତ୍ର ପ୍ରସ୍ତୁତ କରୁଥିଲା ରାଜୁ। ଉତ୍ତମ ବାଂଲାଦେଶୀ ଯୁବତୀମାନଙ୍କୁ ଏଠାରେ ସେକ୍ସ ରୢା‌କେଟ୍‌ରେ ମିଶାଇ ଟଙ୍କା ରୋଜଗାର କରୁଥିଲା। ଏମାନଙ୍କ ବ୍ୟତୀତ ଆଉ କେଉଁ କେଉଁ ଦଲାଲ ଏହି ସେକ୍ସ ରୢା‌କେଟ୍‌ରେ ସଂପୃକ୍ତ ଅଛନ୍ତି, ସେ ନେଇ ଖୋଳତାଡ଼ ଚାଲିଛିବୋଲି ଇନ୍ସପେକ୍ଟର ଶ୍ରୀ ନାୟକ କହିଛନ୍ତି।

ଏଠାରେ ପ୍ରକାଶଥାଉକି, ସେକ୍ସ ରୢାକେଟ୍‌ର ମାଷ୍ଟରମାଇଣ୍ଡ ଦମ୍ପତି ଇବ୍ରାହିମ୍‌ ଓ ଅଞ୍ଜଳିକୁ ଏସ୍‌ଟିଏଫ୍‌ ପିପିଲିରୁ ଗିରଫ କରିଥିଲା। ପରେ ଏକ ସେକ୍ସ ରୢାକେଟ୍‌ ଚାଲିଥିବା ସନ୍ଦେହ କରି ପୁରୁଣା ଭୁବନେଶ୍ବରର ଏକ ଭଡ଼ା ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୬ ବାଂଲାଦେଶୀ ଯୁବତୀ ଉଦ୍ଧାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe