ମୋବାଇଲ୍ ଚୋରି ଅଭିଯୋଗରେ ୩ ଗିରଫ

Advertisment
୬ ବର୍ଷର ଶିଶୁ ଅପହରଣ ଘଟଣା : ମହିଳା ଗିରଫ, ଶିଶୁପୁତ୍ର ଉଦ୍ଧାର

enworld.org

ଚକାପାଦ: ମୋବାଇଲ୍ ଚୋରି କରିଥିବା ଅଭିଯୋଗରେ ଟିକାବାଲି ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସାରଙ୍ଗଗଡ ଥାନା ଦାସରାପଡା ଗ୍ରାମର ତପନ ପ୍ରଧାନ (୧୯), ଗୁଡ୍ରିପଡି ଗ୍ରାମର ବେମ୍ପି ବେହେରା (୨୦), ଓ ବାଦଲ ବେହେରା(୨୦), । ଏନେଇ ଟିକାବାଲି ଥାନାରେ ଦୁଇଟି ୭୨/୨୦, ଓ ୭୪/୨୦ରେ ଦୁଇଟି ମାମଲା ରୁଜୁ ହୋଇଥିବା ନେଇ ଥାନାଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଅନୁଯାୟୀ ୬ ତାରିଖରେ ଟିକାବାଲି ଥାନା ଅନ୍ତର୍ଗତ ବାଡ୍ରୁଗୁଡା ଗ୍ରାମର ସୁରେଶ କହଁର ଗାଁ ଠାରୁ କିଛି ଦୂରରେ ମୋବାଇଲ୍ ଧରି କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ତିନି ଜଣ ପହଞ୍ଚି ପ୍ରଥମେମାଡ଼ ମାରିବା ସହ ଟଙ୍କା ମାଗିଥିଲେ । ସୁରେଶ ପାଖରେ କିଛି ବି ଟଙ୍କା ନଥିବାରୁ ତାଙ୍କର ମୋବାଇଲକୁ ଧରି ପଳାଇ ଯାଇଥିଲେ। । ଏହାପରେ ପରଦିନ ପୁଣି ଜଣେ ଶିକ୍ଷକ ନରେଶ କହଁର ଟିକାବାଲି ବ୍ଳକ କାର୍ଯ୍ୟାଳୟକୁ କୌଣସି କାମରେ ଯାଇ ନିଜ ଗ୍ରାମ ତିଲାବାଙ୍ଗି କୁ ଫେରୁଥିବା ବେଳେ କାଲିକେତା ଗ୍ରାମ ନିକଟ ନିଛାଟିଆ ଜାଗାରେ ଗିରଫ ଅଭିଯୁକ୍ତ ତିନି ଯୁବକ ବାଇକରେ ଆସି ମୋବାଇଲକୁ ଛଡ଼ାଇ ଧରି ପଳାଇଯାଇଥିଲେ । ଏହାପରେ ଉଭୟ ସୁରେଶ ଓ ଶିକ୍ଷକ ନରେଶ ମୋବାଇଲ୍ ଚୋରି ହୋଇଥିବା ନେଇ ଟିକାବାଲି ଥାନାରେ ଅଭିଯୋଗ କରିଥିଲେ । ଯୁବକ ସୁରେଶ ସେହି ତିନିଜଣଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରି ପୁଲିସକୁ ସୁରାକ ଦେବାପରେ ଅଭିଯୋଗକୁ ଭିତ୍ତି କରି ଟିକାବାଲି ପୁଲିସ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢଉ କରି ପ୍ରଥମେ ଟପନକୁ ଗିରଫ କରିଥିଲା। ଏହାପରେ ପଚାରଉଚାର କରିବା ପରେ ଏଥିରେ ସଂପୃକ୍ତ ଥିବା ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe