ଜେଲ୍ ଗଲେ ୩ ବାଇକ୍ ଲୁଟେରା

Advertisment
ଦଲାଲ୍‌ ଗିରଫ, ୨ ଏସି ଓ ଏଲ୍‌ଇଡି ଟିଭି ଜବତ

ଖଣ୍ଡଗିରି: ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ଗିରଫ କରିଥିବା ୩ ବାଇକ୍ ଲୁଟେରାଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ଯାଁଳା ମୁଣ୍ଡମୁହାଁଣର କାଳିଆ ପ୍ରଧାନ, ପମ ପ୍ରଧାନ ଓ ଯାଁଳା ଗାଁର ଘନିଆ ସ୍ୱାଇଁ। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କଠାରୁ ମୋଟ୍ ୭ଟି ଚୋରା ବାଇକ୍ ଜବତ କରାଯାଇଛି। ସୂଚନାନୁସାରେ, ଗତକାଲିଠାରୁ ପୁଲିସ କାଳିଆ ଓ ଘନିଆକୁ ଗିରଫ କରିବା ସହ ୬ଟି ବାଇକ୍ ଜବତ କରିଥିଲା। ଖୋଳତାଡ଼ କରିବା ପରେ ଏହି ଗ୍ୟାଙ୍ଗ୍‌ର ପମର ସମ୍ପୃକ୍ତି ଜଣାପଡ଼ିଥିଲା। ପୁଲିସ ତାକୁ ଗିରଫ କରିବା ପରେ ତା’ନିକଟରୁ ଆଉ ଏକ ବାଇକ୍ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe