ଆଳୁ ଖୋଳୁ ଖୋଳୁ ମହାଦେବ! ସାଧାରଣ ଡାକ୍ତରୀ ପରୀକ୍ଷାରୁ ସାମ୍ନାକୁ ଆସିଲା ସତ, କଲେଜ୍‌ର ୩ ଛାତ୍ରୀ ଗର୍ଭବତୀ

ଆଳୁ ଖୋଳୁ ଖୋଳୁ ମହାଦେବ! ସାଧାରଣ ଡାକ୍ତରୀ ପରୀକ୍ଷାରୁ ସାମ୍ନାକୁ ଆସିଲା ସତ, କଲେଜ୍‌ର ୩ ଛାତ୍ରୀ ଗର୍ଭବତୀ

MarketWatch

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଏକ କଲେଜ୍‌ର ୩ ଜଣ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇ ଅନ୍ତସତ୍ତ୍ବା ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏକ ସାଧାରଣ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି।

ଜାଣିବାକୁ ମିଳିଛି ଯେ ତେଲେଙ୍ଗାନାର ଏକ ସରକାରୀ କଲେଜ୍‌ରେ ୩ ଜଣ ଛାତ୍ରୀଙ୍କ ସମେତ ସମୁଦାୟ ୧୦ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ୩ ଜଣ ଛାତ୍ରୀ ଗର୍ଭବତୀ ଥିବା ଡାକ୍ତରୀ ପରୀକ୍ଷାରୁ ଜାଣିବାକୁ ମିଳିଛି। ଡିସିପିଓ ସନ୍ଦେହ କରୁଛନ୍ତି ଯେ କେହି ଜଣେ ଏମାନଙ୍କକୁ ଯୌନ ନିର୍ଯାତନା ଦେବା ପରେ ଏମାନେ ଅନ୍ତସତ୍ତ୍ବା ହୋଇଛନ୍ତି।

publive-image The Independent

ସ୍ବାସ୍ଥ୍ୟ ପରୀକ୍ଷା ନଭେମ୍ବର ମାସରେ ହୋଇଥିଲେ ବି ନିକଟରେ ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା ଏ ସଂପର୍କରେ ସୂଚନା ଦେବା ପରେ ତଦନ୍ତ ଜୋର୍‌ ଧରିଛି। ତେବେ, ପୀଡ଼ିତାମାନଙ୍କ ସହ କିଏ ଓ କିପରି ଭାବେ ଶାରୀରିକ ସଂପର୍କ ସ୍ଥାପନ କରିଥିଲା ତାହା ଏଯାବତ୍‌ ଜଣାପଡ଼ିନାହିଁ। ତଦନ୍ତ ସମୟରେ ଜଣେ ମହିଳା ସୂଚନା ଦେଇ କହିଛନ୍ତି ଯେ ଏମାନଙ୍କ ଘର ପାଖାପାଖି ରହୁଥିବା ଜଣେ ଯୁବକ ଏମାନଙ୍କ ସହ ଏପରି କରିଛି। ମାତ୍ର କୌଣସି ବି ପୀଡ଼ିତା ଏ ନେଇ ମୁହଁ ଖୋଲିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe