୩ ଦୋକାନରୁ ସିରିଜ୍‌ ଲୁଟ୍‌

Advertisment
ଭୁଜାଲିରେ ହାଣିଲେ, ସୁନାଚେନ୍‌ ଲୁଟିଲେ

ଚନ୍ଦ୍ରଶେଖରପୁର: ଗୋଟିଏ କି ଦୁଇଟି ନୁହେଁ ଲଗାତାର ୩ଟି ଦୋକନରୁ ଆଜି ସିରିଜ୍‌ ଲୁଟ୍‌ ହୋଇଛି। ପଟିଆ କେନାଲ୍‌ ବନ୍ଧ ଛକ, କଳାରାହାଙ୍ଗ ବଜାର ଓ ବନ୍ଧ ଗଡ଼ା ବଜାରରେ ଥିବା ତିନିଟି ପୃଥକ ପୃଥକ ଦୋକାନରୁ ହଜାର ହଜାର ଟଙ୍କାର ଜିନିଷପତ୍ର ଲୁଟ୍‌ ହେବାସହ ମୋଟ ୧୧ହଜାର ଟଙ୍କା ଲୁଟେରାମାନେ ନେଇଯାଇଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ଦିଆଯିବାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଗତ ସପ୍ତାହରେ ଏହି ବଜାରରୁ ୨ଟି ଦୋକାନରୁ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ ନେଇଯାଇଥିଲେ। ରାଜଧାନୀ ଉପକଣ୍ଠ ଅଞ୍ଚଳରେ ପୁଲିସ୍‌ ପାଟ୍ରୋଲିଂ ହେଉ ନଥିବାରୁ ଲୁଟେରାମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। କେନାଲବନ୍ଧ କାଳିକ୍ଷମା ଓ ଭୋଟପଡ଼ା ଛକରୁ ମଧ୍ୟ ବାଇକ୍‌ ଛଡ଼ାଇ ଯାତ୍ରୀମାନଙ୍କୁ ଆକ୍ରମଣ କରାଯାଉଥିବା ଥାନାରେ ଅଭିଯୋଗ ରହିଛି। ଗତ ଦୁଇ ଦିନ ପୂର୍ବେ ରଂଗାମାଟିଆ ଗ୍ରାମ ଭିତରେ ୬ଜଣ ଦୁର୍ବୃତ୍ତ ଦୁଇ ଜଣ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ନେଇ ଯାଇଥିଲେ। ରାଜଧାନୀ ଉପକଣ୍ଠରେ ପିସିଆର୍‌ ପାଟ୍ରୋଲିଂ ହେଉ ନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe