ଜୁଆ ଆଡ଼ା ଉପରେ ଚଢ଼ଉ, ୩ ଗିରଫ

Advertisment

ଲୁଟେରା ଗିରଫ, ଲାପ୍‌ଟପ୍‌ ଜବତ

ଲୁଟେରା ଗିରଫ, ଲାପ୍‌ଟପ୍‌ ଜବତ

ଜୁଆ ଆଡ଼ା ଉପରେ ଚଢ଼ଉ, ୩ ଗିରଫ

Image Source: TOI

ବାଲିପାଟଣା : ବାଲିପାଟଣା ଥାନା ପୁଲିସ ଗତକାଲି ରାତିରେ ନୂଆସାହିର ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ମାର୍ଥାପୁର ଗ୍ରାମର ବାବୁଲି ମଲ୍ଲିକ, ନିଶ୍ଚିନ୍ତପୁର ଗ୍ରାମର ରାଜେଶ ସ୍ବାଇଁ ଓ ନିଆଳି ଥାନା ଗୋବିନ୍ଦରାମ ପାଟଣା ଗ୍ରାମର ହୁଲ୍ଲାସ ଭୋଇ। ପୁଲିସ ସେମାନଙ୍କଠାରୁ ୬ ହଜାର ୩ ଶହ ଟଙ୍କା ଜବତ କରିଛି। ଏନେଇ ନମ୍ବର ୨୮୨/୧୯ରେ ଏକ ମାମଲା ରୁଜୁ କରି ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରିବା ସମୟରେ ୧୫ରୁ ଊର୍ଦ୍ଧ୍ବ ଜୁଆଡ଼ି ଖସି ଯାଇଥିବା ଜଣାପଡ଼ିଛି।

ଲୁଟେରା ଗିରଫ, ଲାପ୍‌ଟପ୍‌ ଜବତ
ଭୁବନେଶ୍ବର : ଲାପ୍‌ଟପ୍‌ ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ଲ‌ାପ୍‌ଟପ ଜବତ କରିଛି। ସେ ହେଲା, ସାଲିଆସାହି ନୟାଗଡ଼ ସାହି ଅଞ୍ଚଳର ଶୁକମଣି ଦିଗଲ(୨୧)। ପୁଲିସ ସୂଚନା ମୁତାବକ, ଗତ ସେପ୍ଟେମ୍ବର ୧୦ ତାରିଖ ରାତିରେ ଶୁକମଣି ଚତୁରତାର ସହ ନୂଆପଲ୍ଲୀ ଏନ୍‌-୧ ଅଞ୍ଚଳରେ ଥିବା ପ୍ରାଣ ଗୋପାଳଙ୍କ ଅଫିସରୁ ଏକ ଲାପ୍‌ଟପ୍‌ ନେଇ ଯାଇଥିଲା। ପରଦିନ ଅଫିସ୍‌ରେ ସିସିଟିଭି ଯାଞ୍ଚ କରିବାରୁ କେହି ଜଣେ ଯୁବକ ତାଙ୍କ ଅଫିସ୍‌ରେ ପଶି ଲ‌ାପ୍‌ଟପ ନେଉଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe