ଭୁବନେଶ୍ବର: ରାଜଧାନୀରେ ଚୋରା ଗଞ୍ଜେଇ କାରବାର ଚଳାଇଥିବା ଅଭିଯୋଗରେ ସୋମବାରଠାରୁ ଖଣ୍ଡଗିରି ଥାନା ପୁଲିସ ୪ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ଅଟକ ରଖି ଛାନ୍ଭିନ୍ ଚଳାଇଛି। ସେମାନେ ହେଲେ କନ୍ଧମାଳର ରାମଚନ୍ଦ୍ର ଦିଗଲ, ନବରଙ୍ଗପୁରର ସନ୍ତୋଷ ହରିଜନ, ବୋରିଗୁମ୍ମାର ଭେଙ୍କଟସାଇ ପଟ୍ଟନାୟକ ଓ କୋରାପୁଟ ଇନ୍ଦ୍ରାବତୀ ଅଞ୍ଚଳର ହିତେଶ। ହିତେଶ ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ବୋଲି ସ୍ପଷ୍ଟ ହୋଇଥିବାବେଳେ ଅନ୍ୟମାନଙ୍କ ବାବଦରେ ପୁଲିସ କିଛି ସୂଚନା ଦେଇନାହିଁ। ତେବେ ପାତ୍ରପଡ଼ା କଳିଙ୍ଗବିହାରସ୍ଥିତ ଏକ ହଷ୍ଟେଲରୁ ଏହି ଛାତ୍ରମାନେ ଧରାପଡ଼ିଥିବା ସୂଚନା ମିଳିଛି। ସେମାନଙ୍କଠାରୁ ୨ଟି ପୁଡ଼ିଆରେ ଥିବା ପ୍ରାୟ ୩ କେଜି ଗଞ୍ଜେଇ ଜବତ କରାଯାଇଛି। ସୂଚନାନୁସାରେ ପାତ୍ରପଡ଼ା ମହାରାଜା କ୍ରିକେଟ୍ ଖେଳପଡ଼ିଆ ନିକଟରେ ୪ ଜଣ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ସ୍ଥାନୀୟ କିଛି ଯୁବକଙ୍କ ସନ୍ଦେହ ହୋଇଥିଲା। ସେମାନେ ଉକ୍ତ ୪ ଜଣଙ୍କୁ ପଚରାଉଚରା କରିବାରୁ ପ୍ରକୃତ କଥା ଜଣାପଡ଼ିଥିଲା। ସେମାନଙ୍କ ନିକଟରୁ ଏକ ଗଞ୍ଜେଇ ଭର୍ତି ପ୍ୟାକେଟ୍ ମିଳିବା ପରେ ସ୍ଥାନୀୟ ଯୁବକମାନେ ଖଣ୍ଡଗିରି ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ହଷ୍ଟେଲରେ ଆଉ ଗୋଟିଏ ପୁଡ଼ିଆ ରଖିଥିବା ମାନି ଯାଇଥିଲେ। ପରେ ପୁଲିସ ସେମାନଙ୍କ ସହ ହଷ୍ଟେଲ ୱାର୍ଡେନ୍କୁ ନେଇ ତଦନ୍ତ କରିଥିଲା। ପରେ ଉକ୍ତ ୱାର୍ଡେନଙ୍କୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି।
୩ କେଜି ଗଞ୍ଜେଇ ଜବତ, ୪ ଇଂଜିନିୟରିଂ ଛାତ୍ର ଅଟକ
Advertisment
Follow Us