ଲୋମଟାଙ୍କୁରା ଘଟଣା; ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ବୋତଲ ପୁରାଇଦେଲେ ଦୁଷ୍କର୍ମକାରୀ

Advertisment
ଘରକୁ ଖାଇବାକୁ ଡାକି ଦିଲ୍ଲୀ ଏମ୍ସର ଡାକ୍ତର ମହିଳା ସହଯୋଗୀଙ୍କୁ କଲେ ଦୁଷ୍କର୍ମ

Representational

ନୂଆଦିଲ୍ଲୀ: ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏମିତି ଏକ ଘଟଣା ରାଜସ୍ଥାନର ନାଗୌର ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ତାଙ୍କ ଗୁପ୍ତାଙ୍ଗରେ ବୋତଲ ପୁରାଇ ଦେଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।

ନାଗୌର ଜିଲ୍ଲାର ଏକ ଗ୍ରାମରେ ଜଣେ ମହିଳା ତାଙ୍କ ଜମିରେ ତିଆରି ହୋଇଥିବା ଘରକୁ ଯାଇଥିଲେ। ଏହି ସମୟରେ ତିନିଜଣ ଯୁବକ ମହିଳାଙ୍କୁ ସେଠାରେ ଏକାକି ଦେଖି ଦୁଷ୍କର୍ମ କରିଥିଲେ। ମହିଳା ଏପରି କରିବାକୁ ଯେତେ ମନା କରିଥିଲେ ହେଁ ସେମାନେ କିଛି କଥା ଶୁଣି ନଥିଲେ।

କେବଳ ଏତିକି ନୁହେଁ, ଜୋର ଜବରଦସ୍ତି ମହିଳାଙ୍କ ଗୁପ୍ତାଙ୍ଗରେ ବୋତଲ ପୁରାଇ ଜୀବନରୁ ମାରିବାକୁ ତିନିଜଣ ଯୁବକ ଧମକ ଦେଇଥିଲେ। ଏହି ଘଟଣା ଜାନୁଆରି ୧୯ରେ ଘଟିଥିବା ବେଳେ ମହିଳା ଜଣକ ଭୟ ଓ ଲଜ୍ଜ୍ୟାରେ ଏବିଷୟରେ କାହାକୁ କିଛି ନକହି ଚୁପ ରହିଥିଲେ। ଯେମିତି ହିଁ ଏହି ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାରଲୋକଙ୍କୁ ଜଣାପଡ଼ିଥିଲା। ସେମାନେ ତୁରନ୍ତ ଏନେଇ ପୁଲିସରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଛି। କିନ୍ତୁ ଏଯାବତ ଏ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ କାହାରିକୁ ଗିରଫ କରାଯାଇ ନାହିଁ। ଗ୍ରାମର କାନାରାମ ଜାଟ, ପାଞ୍ଚୁ ରାମ ଜାଟ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତିନିଜଣ ଦୁଷ୍କର୍ମକାରୀ ଏଯାବତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଚଲାଇଛି। ମହିଳାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe