ଅମାନୁଷିକ: ପାଣି ନ ଦେବାରୁ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରିଦେଲେ ୩ ଦୁର୍ବୃତ୍ତ

Advertisment
ଅମାନୁଷିକ:  ପାଣି ନ ଦେବାରୁ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରିଦେଲେ ୩ ଦୁର୍ବୃତ୍ତ

timesnownews

ସିଦ୍ଧୀ(ମଧ୍ୟପ୍ରଦେଶ): ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ପରେ ଏବେ ମଧ୍ୟପ୍ରଦେଶରେ ପୁଣି ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ୩ ଦୁର୍ବୃତ୍ତ। ଦୁଷ୍କର୍ମ କରି ନଥିଲେ ମଧ୍ୟ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରିଦେବା ଭଳି ଅମାନୁଷିକ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପାଣି ନଦେବାରୁ ଅଭିଯୁକ୍ତମାନେ ଏଭଳି ନୃଶଂସ କାଣ୍ଡ କରିଥିବା ଜଣାପଡ଼ିଛି। ପୀଡ଼ିତାଙ୍କୁ ଏବେ ରେୱା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ଡାକ୍ତର।

Nagpur Shocker: Man Rapes 19-year-old, Inserts Rod in Her Private Parts; Arrested | India.com India.com

ପୁଲିସର କହିବା ମୁତାବକ, ପୀଡ଼ିତା ମହିଳା ନିଜର ଦୁଇ ପୁଅଙ୍କ ସହ ଅମାଲିଆରେ ରହୁଥିଲେ। ସେଠାରେ ସେ ଏକ ଚାଳ ଘରେ ରହିବା ସହ ଚା’ ବିକ୍ରି କରୁଥିଲେ। ଶନିବାର ରାତିରେ ୩ଦୁର୍ବୃତ୍ତ ଚା’ ଦୋକାନରେ ପହଞ୍ଚି ପୀଡ଼ିତାଙ୍କୁ ପାଣି ମାଗିଥିଲେ। କିନ୍ତୁ ପୀଡ଼ିତା ପାଣି ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ଲୁହା ରଡ଼ ଆଣି ତାଙ୍କ ବ୍ୟକ୍ତିଗତ ଅଙ୍ଗରେ ଭର୍ତ୍ତି କରିଦେଇଥିଲେ। ଘଟଣା ପରେ ପୀଡ଼ିତାଙ୍କୁ ରେୱା ଜିଲ୍ଲାର ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସ୍ତ୍ରୋପଚ‌ାର ପରେ ତାଙ୍କ ବ୍ୟକ୍ତିଗତ ଅଙ୍ଗରୁ ଲହା ରଡ଼ କଢ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe