ଉବର୍‌ ଡ୍ରାଇଭର୍‌ଙ୍କୁ ମାଡ଼ ଦେଇଥିବା ୩ ମହିଳା ଯାତ୍ରୀ ଗିରଫ

Advertisment
ଉବର୍‌ ଡ୍ରାଇଭର୍‌ଙ୍କୁ ମାଡ଼ ଦେଇଥିବା ୩ ମହିଳା ଯାତ୍ରୀ ଗିରଫ

Image Courtesy of TOI

କୋଚି: ଜଣେ ଉବର୍‌ ଡ୍ରାଇଭର୍‌ଙ୍କ ମାଡ଼ ଦେଇ ତାଙ୍କ ପୋଷାକ ଓହ୍ଲାଇଦେବାକୁ ଉଦ୍ୟମ କରି ଥିବା ତିନି ଜଣ ମହିଳାଙ୍କୁ ପୁଲିସ ଗିରଫ କରିଛି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ: କିଛି ଯାତ୍ରୀଙ୍କ ସହ ଏକ ଉବର୍‌ କାର୍‌ରେ ସେୟାର୍‌ କରି ଯିବାକୁ ସେ ମହିଳାମାନେ ରାଜି ହୋଇଥିଲେ। ପରେ ସେମାନେ କେବଳ ନିଜେ ସେଥିରେ ଯିବାକୁ କହିଥିଲେ। ଏଥି ପୂର୍ବରୁ କାର୍‌ରେ ବସିଥିବା ଜଣେ ଯାତ୍ରୀଙ୍କୁ ଓହ୍ଲାଇ ଦେବାକୁ ମନା କରିବାରୁ ସେମାନେ ଡ୍ରାଇଭର୍‌ ଶେଫେକ୍‌ ଟିଆଇଙ୍କୁ ମାଡ଼ ଦେଇଥିଲେ।

ଭାଇତିଲ୍ଲା ନିକଟରେ ମଧ୍ୟାହ୍ନବେଳେ ଏ ଘଟଣା ଘଟିଥିବା ପ୍ରକାଶ।

ଗିରଫ ମହିଳାମାନେ ହେଲେ କନ୍ନୁର୍‌ ଜିଲ୍ଲା ଆଲାକୋଡ୍‌ର ୨୮ ବର୍ଷୀୟ କ୍ଲାରା ଶିବିନ୍‌, ୩୬ ବର୍ଷୀୟ ଏଞ୍ଜେଲ୍‌ ମେରି ଏବଂ ପଠାନମତିଟ୍ଟର ୩୦ ବର୍ଷୀୟ ଶିଜା ଅଫ୍‌ସଲ୍‌। ଏମାନେ ସଭିଏଁ ଏକ ଟେଲିଭିଜନ୍‌ ଶିଳ୍ପରେ କାମ କରନ୍ତି ବୋଲି ପୁଲିସ କହିଛି।

ଏଗ୍ରିଗ୍ରେଟେଡ୍‌ ଆପ୍‌ ଯୋଗେ ସେୟାର୍‌ କାର୍‌ ପାଇଁ ସମ୍ମତି ଦେଇଥିବା ଜଣେ ଯୁବକଙ୍କୁ ବସାଇ ଶେଫେକ୍‌ ଗାଡ଼ିରେ ବସାଇଥିଲାବେଳେ ସେମାନେ ଦୁଇ ଜଣ କହି ଉକ୍ତ ମହିଳାମାନେ ସେଥିରେ ଯିବା ପାଇଁ ବୁକ୍‌ କରିଥିଲେ। କିନ୍ତୁ, ଆସିଲେ ତିନି ଜଣ ଏବଂ ପୁରୁଷ ଯାତ୍ରୀଙ୍କୁ କାର୍‌ରୁ ଓହ୍ଲାଇ ଦେବାକୁ କହିଲେ।

ପୁରୁଷ ଯାତ୍ରୀଜଣକ ଉଠିଯାଇ ସାମ୍ନା ସିଟ୍‌ରେ ବସିଲେ। ପୁଣି ଅନ୍ୟ ଯାତ୍ରୀମାନେ ଆସି ପହଞ୍ଚିବାରୁ ସେ ମହିଳାମାନେ କାର୍‌ର ଡୋର୍‌ ବନ୍ଦ ରଖିଲେ।

ଏଥିରେ ଡ୍ରାଇଭର୍‌ ମହିଳାମାନଙ୍କୁ ବୁକିଂ କ୍ୟାନ୍‌ସେଲ୍‌ କରିବାକୁ କହିବାରୁ ସେମାନେ ତାଙ୍କୁ ଗାଳିଫଳଜିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe