୩ ମହିଳା ସମେତ ୫ ଗିରଫ

Advertisment

ଠିକାଦାରଙ୍କ ଭାଇଙ୍କୁ ଖଣ୍ଡାଚୋଟ ଘଟଣା

ଠିକାଦାରଙ୍କ ଭାଇଙ୍କୁ ଖଣ୍ଡାଚୋଟ ଘଟଣା

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଗିରଫ

ଭୁବନେଶ୍ୱର: ମଜୁରି ଟଙ୍କା ନ ଦେବାରୁ ଜଣେ ଠିକାଦାର ଓ ତାଙ୍କ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ୩ ମହିଳାଙ୍କ ସମେତ ମୋଟ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଧୋବା ବେହେରା (୨୫), ବାସନ୍ତୀ ବେହେରା (୫୫),  କୁନି ବେହେରା (୬୦), ଡାଙ୍ଗପୁର ଅଞ୍ଚଳର ବିଦେଶୀ ବେହେରା (୧୯) ଓ ବୈଜୟନ୍ତୀ ଓରଫ ଜୟନ୍ତୀ ବେହେରା (୬୦)। ଏମାନେ ସମେସ୍ତ କଳ୍ପନା ଫ୍ଲାଟ ଲେବର ବସ୍ତିରେ ରହୁଥିଲେ। ପୁଲିସ ସୂତ୍ରରୁ ପ୍ରକାଶ, ଦୀର୍ଘ ଦିନ ହେବ ଏମାନେ ଠିକାଦାର ଜେ. ରାମୁଲଙ୍କ ଅଧୀନରେ କାମ କରୁଥିଲେ। କିଛି ଦିନ ହେବ ରାମୁଲ ସେମାନଙ୍କୁ ପାରିଶ୍ରମିକ ଦେଇନଥିଲେ। ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଏହି ଅଭିଯୁକ୍ତମାନେ ରାମୁଲଙ୍କ ଘରକୁ ଯାଇ ଟଙ୍କା ମାଗିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ରମିକମାନେ ସଂଘବଦ୍ଧ ଭାବେ ରାମୁଲଙ୍କୁ ମାଡ଼ ମାରିଥିଲେ। ସେଠାରେ ଥିବା ରାମୁଲଙ୍କ ସାନ ଭାଇ ଜେ. ଜଗନ୍ନାଥ ଏହାର ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ଶ୍ରମିକମାନେ ଜଗନ୍ନାଥଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଗନ୍ନାଥଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ରାମୁଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe