କାର ପଛ ସିଟରେ ବସିଥିବା ବେଳେ ୩ବର୍ଷ ଶିଶୁ ହାତରେ ଚାଲିଗଲା ମା’ର ଜୀବନ

କାର ପଛ ସିଟରେ ବସିଥିବା ବେଳେ ୩ବର୍ଷ ଶିଶୁ ହାତରେ ଚାଲିଗଲା ମା’ର ଜୀବନ

ୱାଶିଂଟନ୍: ଆମେରିକାର ଚିକାଗୋରେ ଜଣେ ତିନି ବର୍ଷ ଶିଶୁ ହାତରେ ମା’ର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି କି, ନିରୀହ ପିଲାଟି ବାପାଙ୍କ ବନ୍ଧୁକ ସହିତ ଖେଳୁଥିଲା, ଯେଉଁଥିରେ ଏହି ଦୁର୍ଘଟଣା ଘଟି ଯାଇଛି। ଶିଶୁଟି ଖେଳୁଥିବା ବନ୍ଧୁକରୁ ଫୁଟିଥିବା ଗୁଳି ମହିଳାଙ୍କ ବେକର ପଛପଟେ ବାଜିଯିବାରୁ ତାଙ୍କର ମୃତ୍ୟୁୃ ହୋଇଯାଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ଶନିବାର ସନ୍ଧ୍ୟାରେ ମିଡ‌ୱେଷ୍ଟର୍ନ ସହରର ଉପନଗର ଡୋଲଟନସ୍ଥିତ ଏକ ସୁପରମାରକେଟରେ ପାର୍କିଂ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ଶିଶୁଜଣକ କାରର ପଛ ସିଟରେ ବସିଥିଲା। ଆଉ କାର ସାମ୍ନା ସିଟରେ ତାର ମା’ ବାପା ବସିଥିଲେ। ଏହି ସମୟରେ ଶିଶୁ ଜଣକ ତାର ବାପାଙ୍କ ବନ୍ଧୁକରେ ଖେଳୁଥିଲା। ଯାହାକି ତାର ପିତା-ମାତାଙ୍କୁ ଜଣା ନଥିଲା। ଏମିତି ଖେଳୁଥିବା ସମୟରେ ଶିଶୁର ହାତ ବନ୍ଧୁକ ଟ୍ରିଗରରେ ବାଜି ଯାଇଥିଲା।

तीन साल के मासूम बच्चे से चली बंदूक...गई मां की जान

କେହି କିଛି ବୁଝିବା ପୂର୍ବରୁ ବନ୍ଧୁକରୁ ଗୁଳି ଫୁଟି ତାର ମା’ ଡେଜାହ ବେନେଟ ବେକର ପଛପାର୍ଶ୍ବରେ ବାଜିଥିଲା। ସଙ୍ଗେସଙ୍ଗେ ଡେଜାହଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ।  ହେଲେ ସେଠାରେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ, ଏହି ଘଟଣାରେ ଶିଶୁର ପିତାଙ୍କୁ ପୁଲିସ ହେପାଜତରେ ରଖାଯାଇଛି। ତେବେ ଉକ୍ତ ବନ୍ଧୁକଟି ‌ସେ ଲାଇସେନ୍ସ କରି ରଖିଥିଲେ ନା ବେଆଇନ ଭାବେ ରଖିଥିଲେ ସେନେଇ ତଦନ୍ତ କରାଯାଉଛି।

ଏକ ଆକଳନ ଅନୁଯାୟୀ, ନାବାଳିକାଙ୍କ ଦ୍ବାରା ଅଜାଣତରେ ଗୁଳି ଚଳାଇବା ହେତୁ ପ୍ରତିବର୍ଷ ହାରାହାରି ୩୫୦ ଜଣଙ୍କର ମୃତ୍ୟୁ ହୋଇଥାଏ ବୋଲି କୁହାଯାଉଛି। ଆମେରିକାରେ ବନ୍ଧୁକ କିଣିବା ଏବଂ ରଖିବା ଅତ୍ୟନ୍ତ ସହଜ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe