ଚାଓମିନ୍‌ ସସ୍‌ ଖାଇବା ପରେ ଶିଶୁର ଫୁସ୍‌ଫୁସ୍‌ ହେଲା ପ୍ରଭାବିତ, ତିନି ଥର ବନ୍ଦ ହେଲା ହୃଦସ୍ପନ୍ଦନ

ଚାଓମିନ୍‌ ସସ୍‌ ଖାଇବା ପରେ ଶିଶୁର ଫୁସ୍‌ଫୁସ୍‌ ହେଲା ପ୍ରଭାବିତ, ତିନି ଥର ବନ୍ଦ ହେଲା ହୃଦସ୍ପନ୍ଦନ

Naidunia

ଯମୁନାନଗର: ଯମୁନାନଗରରେ କିଛିଦିନ ତଳେ ଠେଲାରେ ବିକ୍ରି ହେଉଥିବା ଚାଓମିନ୍‌ ଖାଇବା ହେତୁ ୩ବର୍ଷ ଶିଶୁର ଫୁସ୍‌ଫୁସ୍‌ ଉପରେ ଏହାର ପ୍ରଭାବ ପଡ଼ିଥିଲା। ଫଳରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡ଼ିଥିଲା।

ସୂଚନାଯୋଗ୍ୟ, ଶିଶୁ ଚାଓମିନ୍‌ ସହିତ ସସ ଅଧିକ ଖାଇ ଦେଇଥିଲା। ଫଳରେ ତାହା ଧୀରେଧୀରେ ଶିଶୁର ଫୁସ୍‌ଫୁସ ଉପରେ ପ୍ରଭାବ ପକାଇଥିଲା। ପରିବାରଲୋକ ହସ୍‌ପିଟାଲ୍‌ ଆଣିବା ପରେ ଡାକ୍ତର ଶିଶୁର ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇ ଦେଇଥିଲେ।

publive-image

ମଦିପୁରରେ ବସବାସ କରୁଥିବା ମଞ୍ଜୁର ହସନ୍‌ଙ୍କ ଦୁଇଟି ପୁଅ। ମାଇ ୩୧ରେ ତାଙ୍କ ସାନ ପୁଅ ଚାଓମିନ୍‌ ଖାଇବାକୁ ଇଚ୍ଛା କରିଥିଲା। ଏହାପରେ ମଞ୍ଜୁ ପାଖ ବଜାରରୁ ଚାଓମିନ୍‌ ଆଣି ପୁଅକୁ ଖାଇବାକୁ ଦେଇଥିଲେ। ଏହାକୁ ଖାଇବାର କିଛି ସମୟ ପରେ ତାଙ୍କ ତିନି ବର୍ଷ ପୁଅର ସ୍ୱାସ୍ଥ୍ୟା ବିଗିଡ଼ି ଯାଇଥିଲା। ଶିଶୁ ଏଭଳି ଅବସ୍ଥା ଦେଖି ମଞ୍ଜୁ ସ୍ଥାନୀୟ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। କିନ୍ତୁ ଶିଶୁ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା। ଶିଶୁର ଶରୀର ଧୀରେଧୀରେ କଳା ପଡ଼ିବାକୁ ଲାଗିଥିଲା। ଶିଶୁକୁ ନିଶ୍ୱାସ ନେବାରେ ବି ଅସୁବିଧା ହେଉଥିଲା। ଶିଶୁକୁ ତୁରନ୍ତ ବଡ଼ ଡାକ୍ତରଖାନା ନିଆଯାଇଥିଲା।

ସେଠାରେ ଡାକ୍ତରଙ୍କ କହିବାନୁସାରେ, ଚିକିତ୍ସା ସମୟରେ ତିନିଥର ଶିଶୁର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା। କୃତ୍ରିମ ନିଶ୍ୱାସ ଦିଆଯାଇ ତାର ଚିକିତ୍ସା କରାଯାଇଥିଲା। ଚାଓମିନ୍‌ରେ ପଡ଼ିଥିବା ଏସିଟିକ୍‌ ଏସିଡ୍‌ କାରଣରୁ ତାର ଏଭଳି ଅବସ୍ଥା ହୋଇଥିଲା। ଏବେ ଶିଶୁର ଅବସ୍ଥାରେ ସୁଧାର ଆସିଛି। ଚାଓମିନ୍‌ର ସ୍ୱାଦ ପାଇଁ ମିଶା ଯାଉଥିବା ବିଷାକ୍ତ ଏସିଡର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଶିଶୁର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe