ସିଆଇବିରେ ଚାକିରି କରାଇଦେବାକୁ କହି ୩୦ ଲକ୍ଷଟଙ୍କାର ଠକେଇ

Advertisment
ସିଆଇବିରେ ଚାକିରି କରାଇଦେବାକୁ କହି ୩୦ ଲକ୍ଷଟଙ୍କାର ଠକେଇ

ଭୁବନେଶ୍ୱର: ସେଣ୍ଟ୍ରାଲ ଇଣ୍ଟିଲିଜେନ୍ସ ବ୍ୟୁରୋରେ ଚାକିରି କରାଇ ଦେବାକୁ କହି ଜଣେ ବ୍ୟକ୍ତି ଚାରିଜଣ ଯୁବକଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଠକି ନେଇଛି। ଏନେଇ ଠକେଇର ଶିକାର ହୋଇଥିବା ସମସ୍ତ ଯୁବକ ଆଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ସିଆଇବିରେ ଚାକିରି କରାଇଦେବାକୁ କହି ଜଣେ ବ୍ୟକ୍ତି ଚାରିଜଣ ପିଲାଙ୍କଠାରୁ ୩୦ ଲକ୍ଷ ଟଙ୍କା ଠକି ନେଇଛି। ଯୁବକମାନଙ୍କ ଫେସବୁକରେ ସେମାନେ ବିଜ୍ଞାପନ ପଢ଼ି ଦିଆଯାଇଥିବା ଠିକଣାରେ ଯୋଗାଯୋଗ କରିଥିଲେ। ଏହାପରେ ସଂସ୍ଥା ତରଫରୁ ତାଙ୍କୁ ସାକ୍ଷାତକାର କରିବା ପାଇଁ ଭୁବନେଶ୍ୱର ଡକାଯାଇଥିଲା। ଯୁବକମାନେ ବିଭିନ୍ନ ଅଞ୍ଚଳରୁ ଆସି ବରମୁଣ୍ଡାଠାରେ ଥିବା ଅଫିସରେ ପହଁଚିଥିଲେ। ଏହାପରେ ସେମାନଙ୍କୁ ଡାକି କିଛି ପ୍ରଶ୍ନ କରାଯାଇଥିଲା। ସବୁକିଛି ଅସଲି ପରୀକ୍ଷା ଭଳି ହେଉଥିବାରୁ ଯୁବକମାନଙ୍କ ମନରେ ଆଦୌ ସନ୍ଦେହ ହୋଇନଥିଲା। ସବୁକିଛି ସରିଲାପରେ ସେମାନଙ୍କୁ ସିକ୍ୟୁରୁଟି ବାବଦରେ ଟଙ୍କା ମଗାଯାଇଥିଲା। ଚାକିରି ପାଇଥିବା ଯୁବକମାନେ ତାଙ୍କ କଥା ମାନି ସମସ୍ତେ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ। ଟଙ୍କା ନେବାପେର ସେମାନେ ତାଙ୍କୁ ଆଜି ଚାକିରିରେ ଯୋଗ ଦେବା ପାଇଁ କହିଥିଲେ। ସମସ୍ତ ଯୁବକ ଆଜି ବରମୁଣ୍ଡା ସ୍ଥିତ ଅଫିସକୁ ଯାଇ ଦେଖିଲାବେଳକୁ ଅଫିସରେ ଲାଗିଛି ତାଲା। ଏନେଇ ସମସ୍ତ ଯୁବକ ଆଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe