Newszee.in
ଚନ୍ଦ୍ରଶେଖରପୁର: ଆଜି ବିଳମ୍ବିତ ରାତିରେ ନୀଳାଦ୍ରିବିହାର ଈଶନେ ଆଚାର୍ଯ୍ୟ ନାମକ ଜଣେ ଯୁବକ ସାଇବର୍ ଠକଙ୍କ ଶିକାର ହୋଇଛନ୍ତି। ଯୁବକ ଜଣଙ୍କ ଅନ୍ଲାଇନ୍ରେ ନିଜ ମୋବାଇଲ୍ ରିଚାର୍ଜ କରୁଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୦ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋ କରିଛନ୍ତି। ସୂଚନା ଅନୁଯାୟୀ ତାଙ୍କ ମୋବାଇଲ୍କୁ ଏକ ମେସେଜ୍ ଆସିଥିଲା। ଯେଉଁଥିରେ ମାତ୍ର ୧୦ ଟଙ୍କାର ରିଚାର୍ଜ କଲେ ୧୦୦ ଟଙ୍କାର ଟକ୍-ଟାଇମ୍ ପାଇବା ନେଇ ଉଲ୍ଲେଖ ଥିଲା। ଏହା ଦେଖି ଯୁବକ ଜଣଙ୍କ ଉକ୍ତ ଲିଙ୍କ୍କୁ ଖୋଲିବା ମାତ୍ରେ ତାଙ୍କ ଆକାଉଣ୍ଟ୍ ଲିଙ୍କ ହୋଇଯାଇଥିଲା। ଫଳରେ ସେହି ଲିଙ୍କ୍ ଜରିଆରେ ଯୁବକଙ୍କ ଆକାଉଣ୍ଟରୁ ୩୦ହଜାର ଟଙ୍କା କଟି ଯାଇଥିଲା। ଏନେଇ ସେ ପ୍ରଥମେ ଆକାଉଣ୍ଟ ଥିବା ବ୍ୟାଙ୍କର ହେଲ୍ପ ଲାଇନ ନମ୍ବର ଓ ପରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।
Follow Us