ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ପ୍ରଦେଶ ପୁଲିସ ରାଜଧାନୀରୁ ଜଣେ ଚୋରକୁ ଗିରଫ କରିଛି। ତା ନାଁ ପଙ୍କଜ ଅଗ୍ରଓ୍ଵାଲ। ଘର ନୂଆପଡ଼ାର ଖରିଆରରେ। ଏଠାରେ ସେ ଖାରବେଳନଗର ଥାନା ଅଧୀନ ସତ୍ୟନଗରରେ ରହୁଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ସେ ଆନ୍ଧ୍ରପ୍ରଦେଶର ଏକ ଅଳଙ୍କାର ଦୋକାନରୁ ୩୦ ଲକ୍ଷ ଟଙ୍କା ଚୋରି କରିଥିବା ନେଇ ସେଠାରେ ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ପଙ୍କଜ ଏକ ଅଳଙ୍କାର ଦୋକାନରେ ଆକାଉଣ୍ଟାଣ୍ଟ୍ ଭାବେ କାମ କରୁଥିଲା। କିଛି ଦିନ ପାଇଁ ଦୋକାନ ମାଲିକ କୌଣସି କାମରେ ବାହାରୁ ଯାଇଥିଲେ। ଏହାର ସୁଯୋଗ ନେଇ ପଙ୍କଜ ତାଙ୍କ ଦୋକାନରୁ ପ୍ରାୟ ୩୦ ଲକ୍ଷ ଟଙ୍କା ନେଇ ଭୁବନେଶ୍ୱର ଚାଲି ଆସିଥିଲା। ମାଲିକ ଆସି ଘଟଣା ସଂପର୍କରେ ଜାଣିବା ପରେ ହାଇଦ୍ରାବାଦର କୁଚିଗୁଡ଼ି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତରୁ ପଙ୍କଜ ଓଡ଼ିଶାର ଭୁବନେଶ୍ୱରରେ ଥିବା କଥା ଜଣା ପଡ଼ିଥିଲା। ଏ ସଂପର୍କରେ ଆନ୍ଧ୍ର ପୁଲିସ ଆଜି ଭୁବନେଶ୍ୱର ପହଞ୍ଚି ଖାରବେଳ ନଗର ଥାନାର ସହଯୋଗରେ ପଙ୍କଜକୁ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
୩୦ ଲକ୍ଷ ଟଙ୍କା ଚୋରି କରିଥିବା ଯୁବକ ଗିରଫ
Advertisment
Follow Us