୧୬ ବର୍ଷର ନାବାଳକଙ୍କୁ ବିବାହ କଲେ ୩୨ ବର୍ଷୀୟା ମହିଳା, ଏହା ତାଙ୍କ ତୃତୀୟ ବିବାହ

Advertisment
୧୬ ବର୍ଷର ନାବାଳକଙ୍କୁ ବିବାହ କଲେ ୩୨ ବର୍ଷୀୟା ମହିଳା, ଏହା ତାଙ୍କ ତୃତୀୟ ବିବାହ

ସିଙ୍ଗରୌଲୀ: ମଧ୍ୟପ୍ରଦେଶର ସିଙ୍ଗରୌଲୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୧୬ ବର୍ଷ ନାବାଳକ ସହ ବିବାହ କରି ୩୨ ବର୍ଷୀୟା ମହିଳା ଫେରାର୍‌ ହୋଇ ଯାଇଛନ୍ତି। ଘଟଣାଟି ହେଉଛି ସିଙ୍ଗରୌଲୀର ଖୁଟାର ଚୌକି କ୍ଷେତ୍ରର। ପୁଅକୁ ଖୋଜି ଖୋଜି ଏବେ ନାବାଳକର ବାପାମାଆ ଥକି ପଡ଼ିବା ପରେ ଅଭିଯୋଗ ଆଣିଛନ୍ତି ଯେ ତଦନ୍ତ କେବଳ କାଗଜରେ ହେଉଛି, ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଉନାହିଁ।

ଖୁଟାରର ବାସିନ୍ଦା କମଲେଶ ଶାହାଙ୍କ ଦ୍ବ‌ାଦଶ ଶ୍ରେଣୀରେ ପଢୁଥିବା ୧୬ ବର୍ଷର ପୁଅର ବିବାହ ଜଣେ ୩୨ ବର୍ଷୀୟା ମହିଳାଙ୍କ ସହ କରି ଦିଆଗଲା। ତାହା ପୁଣି ତାଙ୍କ ଅନିଚ୍ଛା ସତ୍ତ୍ବେ। ସରପଞ୍ଚଙ୍କ ପରାମର୍ଶ କ୍ରମେ ଏହି ବିବାହ ହୋଇଥିଲା। ବିବାହର ୫ ଦିନ ପର୍ଯ୍ୟନ୍ତ ମହିଳା ଜଣକ ନିଜ ଶଶୁର ଘରେ ରହିଲେ ଓ ତା’ପରେ ତାଙ୍କ ନାବାଳକ ସ୍ବାମୀଙ୍କ ସହ ଫେରାର୍‌ ହୋଇ ଯାଇଛନ୍ତି।

ନାବାଳକଙ୍କ ବାପା ପୁଲିସ୍‌ରୁ ନେଇ ବାଳ କଲ୍ୟାଣ ସମିତି ପର୍ଯ୍ୟନ୍ତ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ପୁଅ ନାବାଳକ ହୋଇଥିବାରୁ ଏହି ବିବାହ ଅଇନ୍‌ ଅନୁସାରେ ବେନିୟମ। ନାବାଳକଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ସିଙ୍ଗରୌଲୀ କଲେକ୍ଟର ରଜୀବ ରଞ୍ଜନ ମୀନା ଏସ୍‌ଡିଏମ୍‌ ରୁଷି ପାୱାରଙ୍କୁ ଏକ ଟିମ୍‌ ଗଠନ କରି ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜାଣିବାକୁ ମିଳିଛି ଯେ ମହିଳା ଜଣକ ୭ ବର୍ଷ ତଳେ ପ୍ରଥମେ ଜଣଙ୍କୁ ବିବାହ କରିଥିଲେ। ବିବାହର ବର୍ଷେ ପରେ ଶଶୁର ଘର ଛାଡ଼ି ପଳାଇ ଅନ୍ୟତ୍ର ବିବାହ କରିଥିଲେ। ଏହା ତାଙ୍କର ତୃତୀୟ ବିବାହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe