ମହିଳାଙ୍କ ଅନ୍ତବସ୍ତ୍ରରୁ ବାହାରିଲା ୩୫ଟି ପୁଡିଆ ହେରୋଇନ୍‌, ପୁଲିସ ବି ହୋଇଗଲା ଆଶ୍ଚର୍ଯ୍ୟ

Advertisment
ମହିଳାଙ୍କ ଅନ୍ତବସ୍ତ୍ରରୁ ବାହାରିଲା ୩୫ଟି ପୁଡିଆ ହେରୋଇନ୍‌, ପୁଲିସ ବି ହୋଇଗଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ତ୍ରିଲୋକପୁରୀରେ ଦିନଦ୍ୱିପହରରେ ହେରୋଇନ୍‌ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ଦିଲ୍ଲୀ ପୁଲିସ ଗୁରୁବାର ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ,ଦିଲ୍ଲୀ ପୁଲିସ ଏସ୍‌ଆଇ ଅନୁଜ କୁମାରଙ୍କୁ ବିଶେଷ ସୂତ୍ର୍ରରୁ ସୂଚନା ମିଳିଲା କି,  ଜଣେ ମହିଳା ଯା’ଅାସ କରୁଥିବା ଲୋକମାନଙ୍କୁ ହେରୋଇନ୍‌ ପୁଡ଼ିଆ ବିକ୍ରି କରୁଛନ୍ତି। ଏହି ମହିଳାଙ୍କ ପାଖରେ ବିପୁଳ ପରିମାଣର ହେରୋଇନ୍‌ ଥିବା ପୁଲିସ ସୂଚନା ପାଇଥିଲା। ଏହାପରେ ପୁଲିସ ଟିମ୍‌ ଆକସ୍ମିକ ଭାବେ ମହିଳାଙ୍କ ଉପରେ ଚଢ଼ାଉ କରି ଗିରଫ କରିଥିଲା। କିନ୍ତୁ ପୁଲିସ ମହିଳାଙ୍କ ହାତରୁ ଏମିତି କିଛି ବ୍ୟାଗ କିମ୍ବା ପୁଡ଼ିଆ ପାଇଲା ନାହିଁ ଯେଉଁଥିରେ ହେରୋଇନ୍‌ ଥିଲା। କେବଳ ଗୋଟିଏ ପନି ପର୍ସ ମିଳିଥିଲା, ଯେଉଁଥିରେ ୧୨ଶହ ଟଙ୍କା ଥିଲା। ଏହାପରେ ଜଣେ ମହିଳା କନେଷ୍ଟବଳ ଉକ୍ତ ମହିଳାଙ୍କ ଯାଞ୍ଚ କରିବା ଆରମ୍ଭ କରି ଦେଇଥିଲେ। ଅଭିଯୁକ୍ତ ମହିଳାଙ୍କ ଅନ୍ତବସ୍ତ୍ରରୁ ୩୪ଟି ପୁଡ଼ିଆ ହେରୋଇନ୍‌ ମିଳିଲା । ଯାହାକୁ ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମହିଳାଙ୍କ ୧୨ଶହ ଟଙ୍କାକୁ ବି ଜବତ କରି ଦିଆଯାଇଛି କାରଣ ଏହା ହେରୋଇନ୍‌ ବିକ୍ରି ଟଙ୍କା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe