ଗାଡ଼ି ବିକିବାକୁ ଯାଇ ଫସିଲେ, ଆକାଉଣ୍ଟରୁ କଟିଗଲା ୩୫ ହଜାର

ରାଜଧାନୀରେ ମାତିଛନ୍ତି ଗେ’ ଗ୍ୟାଙ୍ଗ୍‌: ଚାଟିଂରେ ଫସାଇ ମିଟିଂରେ ଲୁଟ୍‌

photo-navbharattimes

ଚନ୍ଦ୍ର‌ଶେଖରପୁର: ଓଏଲ୍ଏକ୍ସରେ ଗାଡ଼ି ବିକିବାକୁ ଯାଇ ଜଣେ ବ୍ୟକ୍ତି ଠକାମିର ଶିକାର ହୋଇଛନ୍ତି। ଏନେଇ ସେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଠକାମିର ଶିକାର ବ୍ୟକ୍ତି ଜଣକ ହେଲେ ବିଜେବି ନଗରର ଶ୍ରୀକାନ୍ତ ମହାପାତ୍ର। ସେ ତାଙ୍କର ଏକ ଗାଡ଼ିକୁ ବିକିବା ପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନ ଦେଖି ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ ଗାଡ଼ି କିଣିବା ପାଇଁ ଶ୍ରୀକାନ୍ତଙ୍କୁ ଫୋନ କରିଥିଲେ। ଉଭୟଙ୍କ ମଧ୍ୟରେ ୬୦ ହଜାର ଦରରେ ଗାଡ଼ି ବିକ୍ରି ପାଇଁ ଦର ନିର୍ଦ୍ଧାରଣ ହୋଇଥିଲା। ଏହାପରେ ଶ୍ରୀକାନ୍ତଙ୍କ ଆକାଉଣ୍ଟ୍‌କୁ ଠକ ଜଣକ ୫ଟଙ୍କା ପଠାଇ ନିଜର ଆକାଉଣ୍ଟର ସତ୍ୟତା ଦେଖାଇଥିଲେ। ପରେ ପାଲଟା ୧୦ ଟଙ୍କା ପଠାଇବା ପାଇଁ ଶ୍ରୀକାନ୍ତଙ୍କୁ କହିଥିଲେ। ଶ୍ରୀକାନ୍ତ ଠକକୁ ୧୦ ଟଙ୍କା ପଠାଇବା ପରେ ଆପେ ଆପେ ତାଙ୍କ ଆକାଉଣ୍ଟ୍‌ରୁ ୩୫ ହଜାର ଟଙ୍କା କଟି ଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe