୩୬ ଗ୍ରାମ୍‌ ବ୍ରାଉନ ସୁଗାର ଜବତ: ମୋଷ୍ଟ ୱାଣ୍ଟେଡ୍‌ ଜେମା ଗିରଫ

Advertisment
ନିର୍ବାଚନ ପାଇଁ ଗାଡ଼ି ନଦେବାରୁ ୧୭ଜଣଙ୍କ ନାମରେ ଗିରଫ ପରୱାନା

Siasat

ଭୁବନେଶ୍ୱର: କୁଇକ୍‌ ଆକ୍ସନ ଟିମ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ହେବ ହଳଦୀପଡ଼ିଆ ବସ୍ତିର ସନ୍ତୋଷୀ ବିହାରରେ ବ୍ରାଉନ ସୁଗାର ବେପାର ଚଳାଇଥିବା ମୋଷ୍ଟ ୱାଣ୍ଟେଡ୍‌ ‌ରୁକ୍‌ସାନା ବେଗମ୍‌ ଓରଫ ଜେମାଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୩୬ ଗ୍ରାମ୍‌ ବ୍ର‌ାଉନ ସୁଗାର, ନଗଦ ୪୧, ୨୫୦ଟଙ୍କା ଓ ୨ଟି ମୋବାଇଲ୍‌ ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଦୁଇ ଦିନ ତଳେ ଏହି ବସ୍ତିରୁ ଜଣେ ମହିଳାଙ୍କଠାରୁ ପାଖାପାଖି ୨୦ ଗ୍ରାମ୍‌ ବ୍ର‌ାଉନ ସୁଗାର ଜବତ ‌ହୋଇଥିଲା। ତିନିଦିନ ତଳେ ଖଣ୍ଡଗିରି ଅଞ୍ଚଳରେ ୧୪ଗ୍ରାମ୍‌ ଜବତ କରାଯାଇଥିଲା। ୪୮ ଘଣ୍ଟା ଭିତରେ ଏହା ତୃତୀୟ ଘଟଣା। ଏ ନେଇ ଏକ ମାମଲା ରୁଜୁ କରାଯିବା ସହ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏସ୍‌ଆଇ ପ୍ରିୟଦର୍ଶିନୀ ଦାସ ମାମଲାର ତଦନ୍ତ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ କେବଳ କମିସନରେଟ୍‌ ପୁଲିସ ୮୩୩.୧୩ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ୪୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। କିନ୍ତୁ ଜଣେ ହେଲେ ମୂଳ ବ୍ୟବସାୟୀକୁ ପୁଲିସ ଗିରଫ କରିପାରି ନାହିଁ। ତେବେ ଆଜି ଏସ୍‌ଟିଏଫ୍‌ ତିନିଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ଏମାନେ ବାଲେଶ୍ବରରୁ ଭୁବନେଶ୍ବର ବ୍ରାଉନ ସୁଗାର ଆଣି ବିକ୍ରି କରୁଥିବା ଜଣାପଡ଼ିଛି। ଏମାନେ ଏଠାରେ କାହାକୁ ଦେଉଥିଲେ, ଭୁବନେଶ୍ବରରେ କିଏ ମୁଖ୍ୟ ବେପାରୀ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe