କ୍ଷୀର ପ୍ୟାକେଟ ପଇସା ଦେବାକୁ ଡ଼ାକି ନାବାଳିକା ସହ ୧୦ଦିନ ଧରି ଦୁଷ୍କର୍ମ କରୁଥିଲା ୩୬ବର୍ଷୀୟ ଅଭିଯୁକ୍ତ, ଗିରଫ କଲା ପୁଲିସ

Advertisment
କ୍ଷୀର ପ୍ୟାକେଟ ପଇସା ଦେବାକୁ ଡ଼ାକି ନାବାଳିକା ସହ ୧୦ଦିନ ଧରି ଦୁଷ୍କର୍ମ କରୁଥିଲା ୩୬ବର୍ଷୀୟ ଅଭିଯୁକ୍ତ, ଗିରଫ କଲା ପୁଲିସ

timesnownews.com

ହାଇଦ୍ରାବାଦ୍: ୧୦ଦିନ ଧରି ୧୩ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଏକ ୩୬ବର୍ଷୀୟ ଯୁବକକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କ ମାତା-ପିତାଙ୍କଠାରୁ କିଣୁଥିବା କ୍ଷୀର ପ୍ୟାକେଟର ଟଙ୍କା ଦେବାକୁ ଡ଼ାକିି ଦୁଷ୍କର୍ମ ଭଳି ଅପରାଧ କରୁଥିଲା। ୧୦ଦିନ ଏଭଳି କରିବା ପରେ ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ପୁଲିସର କହିବା ମୁତାବକ, ପୀଡ଼ିତାର ମା’ ଘରେ ଘରେ ଗୃହସହାୟିକାର କାମ କରୁଥିବା ବେଳେ ତାଙ୍କ ବାପା ଚୌକିଦାରଭାବେ କାମ କରୁଥିଲେ। ଏହା ସହ ଖାଲି ସମୟରେ ଦୁହେଁ ଦୋକାନରୁ କ୍ଷୀର ପ୍ୟାକେଟ କିଣି ସ୍ଥାନୀୟ ଲୋକଙ୍କୁ ବିକ୍ରି କରୁଥିଲେ। ପଡ଼ୋଶୀ ଶେଖ୍ ଜାହାଙ୍ଗୀରଙ୍କ ଘରେ ମଧ୍ୟ କ୍ଷୀର ପ୍ୟାକେଟ ଦେଉଥିଲେ ପୀଡ଼ିତାଙ୍କ ମା’। କିନ୍ତୁ ସମୟ ଅଭାବ ହେତୁ ଟଙ୍କା ଆଣିବା ପାଇଁ ପୀଡ଼ିତାଙ୍କୁ ଯିବାକୁ ପଡ଼ୁଥିଲା। ଏହାର ଫାଇଦା ଉଠାଇ ଜାହାଙ୍ଗୀର ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ କାହାକୁ ନଜଣାଇବା ପାଇଁ ଅଧିକ ୨୦୦ଟଙ୍କା ଦେଉଥିଲା। କିନ୍ତୁ ମଙ୍ଗଳବାର ରାତି ୧୦ଟାରେ ପୀଡ଼ିତାଙ୍କ ମା’ ଘରକୁ ଫେରିବା ପରେ ପୀଡ଼ିତା ୧୦ଦିନର ଘଟଣା ତାଙ୍କୁ ଜଣାଇଥିଲେ।

Image result for 36-year-old rapes minor for 10 days on pretext of paying for milk packets Deccan Chronicle

ପୂରା ଘଟଣା ଜାଣି ପରିବାର ଲୋକେ ପୁଲିସ‌ରେ ଅଭିଯୋଗ କରିବା ପରେ ଏବେ ଜାହାଙ୍ଗୀରକୁ ଗିରଫ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe