The Rocky Mountain Collegian
ମୁମ୍ବାଇ: ମୁମ୍ବାଇର ଥାନେ ଜିଲ୍ଲାରେ ଜଣେ ଯୁବତୀ ଯୁବକଙ୍କୁ ବ୍ଲାକମେଲ କରି ୩୭ହଜାର ଟଙ୍କା ଠକି ନେଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଅଜଣା ଯୁବତୀ ଜଣକ ପ୍ରଥମେ ଉକ୍ତ ଯୁବକଙ୍କୁ ତାଙ୍କ ଜାଲରେ ଫଶାଇଥିଲେ। ତା’ପରେ ଯୁବକଙ୍କ ନଗ୍ନ ଭିଡିଓ ରେକର୍ଡ କରି ଦେଇଥିଲେ। ଏହା ପରେ ଯୁବତୀ ଉକ୍ତ ଯୁବକଙ୍କୁ ନଗ୍ନ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ୫୦ ହଜାର ଟଙ୍କା ଦାବି କରି ଆସୁଥିଲେ।
ଏଭଳି ଘଟଣା ମୁମ୍ବାଇସ୍ଥିତ ଭାୟନ୍ଦର ଅଞ୍ଚଳରୁ ଆସିଛି। ଗତ ମାସରେ ପୀଡିତଙ୍କ ହ୍ଵାଟସ୍ଆପ୍ରେ ଏକ ଅଜ୍ଞାତ ନମ୍ବରରୁ ମହିଳାଙ୍କ କଲ୍ ଆସିଥିଲା। ଏହା ପରେ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। ଦିନେ ମହିଳା ଜଣକ ଭିଡିଓ କଲ କରି ଯୁବକଙ୍କୁ ନଗ୍ନ ହେବାକୁ କହିଥିଲେ। ଯୁବକ ଜଣକ ମହିଳାଙ୍କ ଉଦ୍ଦେଶ୍ୟ ଜାଣି ନପାରି ସେ କହିବା ଅନୁସାରେ ଭିଡିଓ କଲ କରି ଦେଇଥିଲେ। ଆଉ ମହିଳା ଏହି ସମୟର ଦୃଶ୍ୟକୁ ଫୋନ୍ରେ କୈଦ୍ କରି ନେଇଥିଲେ। ତା’ପରେ ଏହି ଭିଡିଓକୁ ଆଧାର କରି ଯୁବତୀ ଯୁବକଙ୍କ ଠାରୁ ୫୦ ହଜାର ଟଙ୍କା ଦାବି କରିଥିଲେ।
/sambad/media/post_attachments/01345dcf94980473a73eb8a3980a77b76a7b071698c08573d4b2bde3bf7284a0.jpg)
ପୀଡିତଙ୍କର ବୟସ ୨୫ ବର୍ଷ । ସେ ଏକ ଘରୋଇ ଫାର୍ମରେ କାମ କରନ୍ତି । କଲ କରୁଥିବା ଯୁବତୀ ନିଜକୁ ସିବିଆଇ ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ। କରୋନା କାଳରେ ଯୁବକ ୩୭ ହଜାର ଟଙ୍କା ପର୍ଯ୍ୟନ୍ତ ଯୁବତୀଙ୍କୁ ଟ୍ରାନ୍ସଫର କରିଥିଲେ। କିନ୍ତୁ ଏହି ଟଙ୍କା ପାଇବା ପରେ ବି ଯୁବତୀ ଆହୁରି ଟଙ୍କା ଦାବି କରିଥିଲେ। ଏହାପରେ ଯୁବକ ଜଣକ ଏହି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରିଥିଲେ। ପୀଡିତଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Follow Us